କାଉନ୍‌ସିଲର/କର୍ପୋରେଟର୍‌ ପଦରେ ମଧ୍ୟ ବିଜେଡି

କାଉନ୍‌ସିଲର/କର୍ପୋରେଟର୍‌ ପଦରେ ମଧ୍ୟ ବିଜେଡି

କାଉନ୍‌ସିଲର/କର୍ପୋରେଟର୍‌ ପଦରେ ମଧ୍ୟ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଚାଲିଛି   ପୌର ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ଚାଲିଛି । ଇତିମଧ୍ୟରେ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ୧୮୯୯ କର୍ପୋରେଟର୍‌ ଓ କାଉନ୍‌ସଲର ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବିଜେଡି ଆଗୁଆ ରହିଛି। ପ୍ରାୟ ୧୧୨୫ ଆସନରେ ବିଜେଡି ଆଗୁଆ ରହିଥିବା ବେଳେ ବିଜେପି ୨୭୩ ଆସନରେ ଆଗୁଆ ରହିଛି। ସେହିପରି କଂଗ୍ରେସ ୧୨୯ ଆସନରେ ଓ ଅନ୍ୟାନ୍ୟ ୧୦୯ ଆସନରେ ଆଗୁଆ ରହିଛି।