କହ୍ନେୟା ଲାଲ ପରିବାରକୁ ୫୧ ଲକ୍ଷ ଟଙ୍କାର ସହାୟତା

କହ୍ନେୟା ଲାଲ ପରିବାରକୁ ୫୧ ଲକ୍ଷ ଟଙ୍କାର ସହାୟତା

କହ୍ନେୟା ଲାଲ ପରିବାରକୁ ୫୧ ଲକ୍ଷ ଟଙ୍କାର ସହାୟତା

ଜୟପୁର : ରାଜସ୍ଥାନର ଉଦୟପୁରରେ ହତ୍ୟାର ଶିକାର ହୋଇ ଥିବା କହ୍ନେୟାଲାଲଙ୍କ ପରିବାରକୁ ୫୧ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ। ହତ୍ୟାକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି ।  ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମୃତ କହ୍ନେୟାଲାଲଙ୍କ ପରିବାର ନିକଟରେ ପହଂଚିଛନ୍ତି । ସେଠାରେ ସେ କହ୍ନେୟାଙ୍କ ପରିବାରକୁ ସମବେଦନା ଜଣାଇବା ସହ ୫୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ଗେହଲଟ ରାଜ୍ୟବାସୀଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ ।ଏସବୁ ଭିତରେ ରାଜନୈତିକ ବୟାନବାଜି ଜୋର ଧରିଛି । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗଜେନ୍ଦ୍ରସିଂ ଶେଖାୱତ କହିଛନ୍ତି କି ଉଦୟପୁର ଘଟଣା ସହ ଗେହଲଟ ସରକାର ସମୟରେ ହୋଇଥିବା ସମସ୍ତ ଭିଡ ହତ୍ୟା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବାର ଆବଶ୍ୟକତା ରହିଛି । ରାଜସ୍ଥାନ ପୋଲିସ ଉପରେ ରାଜ୍ୟ ସରକାରଙ୍କ ଚାପ ରହୁଥିବା କଥା ସେ ଅଭିଯୋଗ କରିଛନ୍ତି