କାର୍‌ ସହ ଟ୍ରକର ବଡ ଦୁର୍ଘଟଣା, ଚାଲିଗଲା ଜୀବନ

କାର୍‌ ସହ ଟ୍ରକର ବଡ ଦୁର୍ଘଟଣା, ଚାଲିଗଲା ଜୀବନ

କଟକ: କଟକ ଜିଲ୍ଲା ଚହଟା ବିଡାନାସୀ ମଶାଣି ଛକରେ ଗତକାଲି ବିଳିମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତ ଓ ଆହତ ବ୍ୟକ୍ତିଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ଜଣାପଡିଛି।
କାର୍‌ରେ ୩ଜଣ ବ୍ୟକ୍ତି ଢେଙ୍କାନାଳ ଅଭିମୁଖେ ଯାଉଥିଲେ। ଏହି ସମୟରେ ଚହଟା ବିଡାନାସୀ ମଶାଣି ଛକରେ ବୀପରିତ ଦିଗରୁ ଆସୁଥିବା ଟ୍ରକ୍‌ ସହ ମୁହିଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଓ ପୁଲିସ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ବିଡାନାସୀ ପୁଲିସ ଜବତ କରିଥିବା ବେଳେ ଡ୍ରାଇଭରକୁ ଥାନାରେ ଅଟକ ରଖିଛି।