କର୍ଣ୍ଣାଟକ ରାଜ୍ୟର ନୂଆ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନେଲେ ଧର୍ମେନ୍ଦ୍ର

କର୍ଣ୍ଣାଟକ ରାଜ୍ୟର ନୂଆ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନେଲେ ଧର୍ମେନ୍ଦ୍ର

କର୍ଣ୍ଣାଟକ ରାଜ୍ୟର ନୂଆ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବିଏସ ୟେଦୁରପ୍ପା ଇସ୍ତଫା ଦେଇଛନ୍ତି  । ଏବେ ପରବର୍ତୀ ମୁଖ୍ୟମନ୍ତ୍ରୀ ପାଇଁ ଅଙ୍କକଷା ଆରମ୍ଭ ହୋଇଛି  । କର୍ଣ୍ଣାଟକର ପରବର୍ତୀ ମୁଖ୍ୟମନ୍ତ୍ରୀ ଭାବେ କାହାକୁ ଦାୟିତ୍ୱ ଦେଲେ ଭଲ ହେବ ସେନେଇ ଅଙ୍କ କଷିବାକୁ ନୂଆଦିଲ୍ଲୀରୁ ବାଙ୍ଗାଲୋର ଗସ୍ତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଛି  । ଧର୍ମେନ୍ଦ୍ରଙ୍କ ସହ ବରିଷ୍ଠ ନେତା ଅରୁଣ ସିଂହ ମଧ୍ୟ ବାଙ୍ଗାଲୋର ଯିବେ  ।

ବିଧାୟକ ଓ ବରିଷ୍ଠ ନେତାମାନଙ୍କ ସହ ସେମାନେ ଆଲୋଚନା କରିବେ  । ଆଲୋଚନା କରିବା ପରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ  । ବିଧାୟକ, ସାଂସଦ ଓ ବରିଷ୍ଠ ନେତାମାନଙ୍କ ସହ ମତାମତ ନିଆଯିବ ବୋଲି ଜଣାପଡ଼ିଛି  । ସମ୍ପ୍ରତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ପାଇଁ ୩ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି  । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ଖଣି ମନ୍ତ୍ରୀ ମୁରୁଗେଶ ନିରାନୀ ଓ ଗୃହମନ୍ତ୍ରୀ ବାସବରାଜଙ୍କ ନାମ ଚର୍ଚ୍ଚାରେ ରହିଛି  ।