କରୋନା ଦ୍ୱିତୀୟ ଲହର ଯୁଦ୍ଧ : ରାଜ୍ୟରେ ବଢୁଛି ଆଇସିୟୁ ରୋଗୀଙ୍କ ସଂଖ୍ୟା

କରୋନା ଦ୍ୱିତୀୟ ଲହର ଯୁଦ୍ଧ : ରାଜ୍ୟରେ ବଢୁଛି ଆଇସିୟୁ ରୋଗୀଙ୍କ ସଂଖ୍ୟା

କରୋନା ଦ୍ୱିତୀୟ ଲହର ଯୁଦ୍ଧ : ରାଜ୍ୟରେ ବଢୁଛି ଆଇସିୟୁ ରୋଗୀଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଆଉ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟରେ ଆଇସିୟୁ ରୋଗୀଙ୍କ ସଂଖ୍ୟା ବଢୁଛି ନେଇ ସୂଚନା ମିଳିଛି । ଗତକାଲି ସୁଦ୍ଧା ଆଇସିୟୁରେ ୧୦୬୦ ଜଣ ରୋଗୀ ଅଛନ୍ତି । ୨୨୩ ଜଣ ରୋଗୀ ଭେଂଟିଲେଟରରେ ଅଛନ୍ତି । ଜେନେରାଲ ବେଡରେ ୨୯୪୨ ଜଣ ରୋଗୀ ରହିଛନ୍ତି । ରାଜ୍ୟ ସ୍ୱାସ୍ଥ ବିଭାଗ ପକ୍ଷରୁ ସୂଚନା ମିଳିଛି । ।