କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮୬୮୧ ପଜିଟିଭ୍ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮୬୮୧ ପଜିଟିଭ୍ ଚିହ୍ନଟ
admin
Apr 30, 2021 - 04:37
Updated: Apr 30, 2021 - 04:37
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ଆଜି ଦିନକରେ ୮୬୮୧ ନୂଆ କରୋନା ରୋଗୀ ଚିହ୍ନଟ ସହ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଟପି ଯାଇଛି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୮୬୮୧ ମଧ୍ୟରୁ କ୍ୱାରେଂଟିନରୁ ୪୯୪୮, ଲୋକାଲ କେସରୁ ୩୭୩୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୪୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୭୪୫, କଳାହାଣ୍ଡି-୧୯୫ , କଟକ-୫୭୦, ନୂଆପଡା -୩୦୪, ସମ୍ବଲପୁର-୪୧୦, ଝାରସୁଗୁଡା-୪୧୧ , ପୁରୀ-୫୧୪, ବରଗଡ-୪୨୩, ନବରଙ୍ଗପୁର-୩୬୮, ବାଲେଶ୍ୱର-୧୫୫ , ସୁବର୍ଣ୍ଣପୁର-୯୮ , ବଲାଙ୍ଗିର-୪୨୩ , ଷ୍ଟେଟପୁଲ-୨୭୭, ଗଞ୍ଜାମ-୧୯୮, ମୟୂରଭଞ୍ଜ-୨୨୦, କେନ୍ଦୁଝର-୧୪୮, କୋରାପୁଟ-୧୧୩, ଭଦ୍ରକ-୧୦୩, ଯାଜପୁର-୩୨୧, ନୟାଗଡ-୧୬୦ , ରାୟଗଡା-୧୫୧, ଅନୁଗୁଳ-୪୧୯, ଜଗତସିଂହପୁର-୨୧, ଗଜପତି-୧୨୫, କେନ୍ଦ୍ରାପଡା-୮୫, ଦେବଗଡ-୧୦୨, କନ୍ଧମାଳ-୫୪, ମାଲକାନଗିରି-୩୪ , ବୌଦ୍ଧ-୫୭ ଓ ଢେଙ୍କାନାଳ-୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୬୧ ହଜାର ୬୯୮ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୮୦ ହଜାର ୪୦୦ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ।