କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୬୧୧୬ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୬୧୧୬ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ :  ରାଜ୍ୟରେ ଆଜି ୬୧୧୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ଆଜି ଦିନକରେ ୬୧୧୬ ନୂଆ କରୋନା ରୋଗୀ ଚିହ୍ନଟ ସହ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଟପି ଯାଇଛି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୬୧୧୬ ମଧ୍ୟରୁ କ୍ୱାରେଂଟିନରୁ ୩୫୪୬, ଲୋକାଲ କେସରୁ ୨୫୭୦ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୮୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୭୮୫, କଳାହାଣ୍ଡି-୩୨୧ , କଟକ-୩୪୩, ନୂଆପଡା -୪୩୦, ସମ୍ବଲପୁର-୨୮୦, ଝାରସୁଗୁଡା-୨୫୪ , ପୁରୀ-୧୮୦, ବରଗଡ-୨୬୨,ନବରଙ୍ଗପୁର-୩୧୮, ବାଲେଶ୍ୱର-୧୦୨ , ବଲାଙ୍ଗିର-୧୮୯ , ଷ୍ଟେଟପୁଲ-୧୭୯, ଗଞ୍ଜାମ-୧୩୪, ମୟୂରଭଞ୍ଜ-୧୫୮, କେନ୍ଦୁଝର-୧୧୮, କୋରାପୁଟ-୭୧, ଭଦ୍ରକ-୮୭, ଯାଜପୁର-୩୨୪, ନୟାଗଡ-୯୯,ରାୟଗଡା-୧୦୪, ଅନୁଗୁଳ-୧୫୧, ଜଗତସିଂହପୁର-୭୩, ଗଜପତି-୭୮, କେନ୍ଦ୍ରାପଡା-୪୭, ଦେବଗଡ-୩୯, କନ୍ଧମାଳ-୩୬, ମାଲକାନଗିରି-୩୨ , ଢେଙ୍କାନାଳ-୮ , ବୌଦ୍ଧ-୩୨ ଓ ସୁବର୍ଣ୍ଣପୁର-୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୭ ହଜାର ୪୫୭ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୪୫ ହଜାର ୯୪୯ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୫୯ ହଜାର ୪୬୭ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।