କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୭ ଜଣଙ୍କ ଜୀବନ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୭ ଜଣଙ୍କ ଜୀବନ
admin
Jun 12, 2021 - 04:56
Updated: Jun 12, 2021 - 04:56
ଭୁବନେଶ୍ୱର : ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆଜି ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୩୨୫୭କୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣ ଓ କଟକରୁ ୫ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଅନୁଗୁଳ, ବରଗଡ଼ରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ଼ରୁ ୩ ଜଣ ଲେଖାଏଁ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, ଯାଜପୁର, ରାୟଗଡ଼ା, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୨୭୫ଜଣ, ବାଲେଶ୍ୱରରୁ ୩୬୪ଜଣ, ବରଗଡ଼ରୁ ୬୧ ଜଣ, ଭଦ୍ରକରୁ ୨୨୨ଜଣ, ବଲାଙ୍ଗୀରରୁ ୩୧ ଜଣ, ବୌଦ୍ଧରୁ ୫୭ଜଣ, କଟକରୁ ୫୦୫ଜଣ, ଦେବଗଡ଼ରୁ ୨୦ ଜଣ, ଢେଙ୍କାନାଳରୁ ୧୫୦ଜଣ, ଗଜପତିରୁ ୪୮ ଜଣ, ଗଞ୍ଜାମରୁ ୪୦ ଜଣ, ଜଗତସିଂହପୁରରୁ ୧୮୦ ଜଣ, ଯାଜପୁରରୁ ୩୮୨ ଜଣ, ଝାରସୁଗୁଡ଼ାରୁ ୧୬ଜଣ, କଳାହାଣ୍ଡିରୁ ୬୦ ଜଣ, କନ୍ଧମାଳରୁ ୮୩ ଜଣ, କେନ୍ଦ୍ରାପଡ଼ାରୁ ୨୮୭ଜଣ, କେଉଁଝରରୁ ୯୬ଜଣ, ଖୋର୍ଦ୍ଧାରୁ ୬୪୯ ଜଣ, କୋରାପୁଟରୁ ୮୮ ଜଣ, ମାଲକାନଗିରିରୁ ୮୯ଜଣ, ମୟୁରଭଞ୍ଜରୁ ୨୧୦ଜଣ, ନବରଙ୍ଗପୁରରୁ ୧୦୮ ଜଣ, ନୟାଗଡ଼ରୁ ୧୩୬ଜଣ, ନୂଆପଡ଼ାରୁ ୨୨ଜଣ, ପୁରୀରୁ ୨୩୭ଜଣ, ରାୟଗଡ଼ାରୁ ୧୦୫ ଜଣ, ସମ୍ୱଲପୁରରୁ ୪୧ଜଣ, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୧୫୭ ଓ ଷ୍ଟେଟ ପୁଲରୁ ୯୮କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।