କରୋନା ଟିକା ବିଶ୍ୱସଯୋଗ୍ୟ : ମୋଦୀ
କରୋନା ଟିକା ବିଶ୍ୱସଯୋଗ୍ୟ : ମୋଦୀ
admin
Jan 11, 2021 - 12:20
Updated: Jan 11, 2021 - 12:20
ଭୁବନେଶ୍ୱର : କରୋନା ଲଢେ଼ଇରେ ଦେଶର ଅଗ୍ରଣୀ ଯୋଦ୍ଧାଙ୍କ ସଂଖ୍ୟା ପ୍ରାୟ ୩ କୋଟି । ପ୍ରଥମ ପର୍ଯ୍ୟାୟରେ ସେମାନଙ୍କୁ ଟିକା ପ୍ରଦାନ କରାଯିବ । ତେବେ ଏହି ଟିକା କେନ୍ଦ୍ର ସରକାର ମାଗଣାରେ ପ୍ରଦାନ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ।
ସାତ ଆଠ ମାସ ତଳେ ଦେଶବାସୀ କରୋନାକୁ ନେଇ ଯେଉଁ ଚିନ୍ତାରେ ଥିଲେ ଏବେ ସେହି ଚିନ୍ତା ନାହିଁ । ଦେଶର ଆର୍ଥିକ ସ୍ଥିତିରେ ବି ସକରାତ୍ମକ ପରିବର୍ତନ ପରିଲକ୍ଷିତ ହୋଇଛି । ରାଜ୍ୟ ସରକାର ଏଦିଗରେ ବହୁ କାର୍ଯର୍୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନ୍ୟବାଦ ଜଣାଇଛନ୍ତି । ଜାନୁଆରୀ ୧୬ରୁ ବିଶ୍ୱର ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହେବ । ଯେଉଁ ଦୁଇ ଟିକାକୁ ଅନୁମତି ମିଳିଛି ତାହା ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଆହୁରି ୪ଟି ଟିକାର ବି ବିକାଶ କରାଯାଉଛି । ଅଧିକ ଟିକା ଆସିବା ପରେ ଆମେ ଭବିଷ୍ୟତରେ କ’ଣ କରିବା ସେନେଇ ଯୋଜନା ପ୍ରସ୍ତୁତ କରାଯିବ ।
ଦେଶବାସୀଙ୍କୁ ପ୍ରଭାବୀ ଟିକା ଦେବା ପାଇଁ ବିଶେଷଜ୍ଞମାନେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିଛନ୍ତି । ବିଶେଷଜ୍ଞମାନେ ଯାହା କହିବେ ତାହାକୁ ହିଁ ଚୂଡ଼ାନ୍ତ ବୋଲି ମନେ କରାଯିବ । ଭାରତର ଦୁଇ ଟିକା ବିଶ୍ୱର ଅନ୍ୟ ଟିକା ତୁଳନାରେ ଦାମ କମ ରହିଛି । ବିଦେଶୀ ଟିକା ଉପରେ ଯଦି ନିର୍ଭର କରିବାକୁ ପଡ଼ିଥା’ନ୍ତା ତେବେ ବହୁତ ମୁସ୍କିଲ ହୋଇଥାନ୍ତା । କରୋନା ଟିକାକରଣରେ ଭାରତୀୟ ଟିକା ବେଶ ଉପଯୋଗୀ ହୋଇପାରିବ । ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯାଇଛି । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ହିଁ ଟିକେଟ ପ୍ରଦାନ କରାଯିବ । ଏହାପରେ ସଫେଇ କର୍ମଚାରୀ, ପୁଲିସ, ସୁରକ୍ଷା ବଳକୁ ମଧ୍ୟ ପ୍ରଥମେ ଟିକା ଦିଆଯିବ । ଦେଶରେ ଅଗ୍ରଣୀ ଯୋଦ୍ଧାଙ୍କ ସଂଖ୍ୟା ୩ କୋଟି । ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦେବାକୁ ନିଷ୍ପତି ନିଆଯାଇଥିବାବେଳେ ତାହାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ହିଁ ବହନ କରିବେ ।