କରୋନା କଟକଣା ନେଇ ମୁଖ୍ୟମନ୍ତ୍ରୀ କରିବେ ବଡ଼ ଘୋଷଣା, ଜାଣନ୍ତୁ କଣ
କରୋନା କଟକଣା ନେଇ ମୁଖ୍ୟମନ୍ତ୍ରୀ କରିବେ ବଡ଼ ଘୋଷଣା, ଜାଣନ୍ତୁ କଣ
ଭୁବନେଶ୍ୱର : କରୋନା ସଂକ୍ରମଣ ଓଡ଼ିଶାରେ ଏବେବି ହ୍ରାସ ପାଇନାହିଁ । କିଛି ଜିଲ୍ଲା ଏବେବି ରେଡ ଜୋନରେ ରହିଛି । ତେବେ ୨୧ ଜିଲ୍ଲାରେ ସଂକ୍ରମଣ ହାର ବହୁ ହ୍ରାସ ପାଇଥିବାରୁ ସେହି ସବୁ ଜିଲ୍ଲାମାନଙ୍କରେ କରୋନା କଟକଣା କୋହଳ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ଆଜି ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବେ । ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିବେ ବୋଲି ଜାଣିବାକୁ ମିଳିଛି । ଜୁଲାଇ ପହିଲା ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ ଓ ସାପ୍ତାହିକ ସଟଡାଉନ ଜାରି ରହିଛି । ମିଳିଥିବା ସୂଚନା ଅନୁସାରେ ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ରେଡ଼ ଜୋନରେ ରହିଛି । ଅପରପକ୍ଷରେ ସଂକ୍ରମଣ ହ୍ରାସ ପାଇଥିବା ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ କଟକଣା କୋହଳ ହେବା ସମ୍ଭାବନା କମ ରହିଛି । କିନ୍ତୁ ଅନ୍ୟ ୨୧ ଜିଲ୍ଲାରେ କଟକଣା କୋହଳ କରିବାକୁ ବିଚାରବିମର୍ଷ ଜାରିରହିଛି । ଏସଂକ୍ରାନ୍ତରେ ଆଜି ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ । ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଚୂଡ଼ାନ୍ତ ନିଷ୍ପତି ନେବେ ।




admin 