ଶ୍ରୀଲିଙ୍ଗରାଜ ମନ୍ଦିରରୁ ଖସୁଛି ପଥର ଖଣ୍ଡ
ଶ୍ରୀଲିଙ୍ଗରାଜ ମନ୍ଦିରରୁ ଖସୁଛି ପଥର ଖଣ୍ଡ
ଭୁବନେଶ୍ୱର: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ବିଶ୍ୱ ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ଘୋର ଅବହେଳା କରୁଛି । ଦୀର୍ଘ ଦିନ ହେବ ମନ୍ଦିରରେ ସାମାନ୍ୟତମ ରକ୍ଷଣାବେକ୍ଷଣ କରୁନାହିଁ । ଫଳରେ ନାଟ ମଣ୍ଡପ ଓ ମୃତୁ୍ୟ ମନ୍ଦିରରେ ଫାଟ ସୃଷ୍ଟି ହେଲାଣି । ଏହି ଫାଟଗୁଡ଼ିକ କାଳକ୍ରମେ ବଡ ହେବାରେ ଲାଗିଛି । ସେଥିରୁ ସମୟ ବ୍ୟବଧାନରେ ଛୋଟ ଛୋଟ ପଥର ଖଣ୍ଡ ଖସିବା ଆରମ୍ଭ ହେଲାଣି । ମନ୍ଦିର ସଂରକ୍ଷଣ ପାଇଁ କୋଟି କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ଆସୁଛି । ହେଲେ ସ୍ଥାନ ସ୍ଥାନୀୟ ଭୁବନେଶ୍ୱର ମଣ୍ଡଳ କର୍ତ୍ତୃପକ୍ଷ ସେ ଅର୍ଥ ବିନିଯୋଗ ନକରି ଅନ୍ୟତ୍ର ଖର୍ଚ୍ଚ କରୁଛନ୍ତି । ସବୁଠାରୁ ବଡ କଥା ସିଂହଦ୍ୱାରର ଜଳାକବାଟି ତୋଫାନରେ ଉଡି ଯାଇଥିବା ବେଳେ ମନ୍ଦିର ଅସୁରକ୍ଷିତ ହୋଇପଡିଛି । ଏହି ସାମାନ୍ୟ କାମ ବି ଏଏସଆଇ କର୍ତ୍ତୃପକ୍ଷ ଦ୍ୱାରା ହେଉନାହିଁ । ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି । ଏକାମ୍ର ବନ ଜାଗରଣ ମଞ୍ଚର ଅଧ୍ୟକ୍ଷ ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗୀୟ ମୁଖ୍ୟ ଶାଖାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶ୍ରୀଲିଙ୍ଗରାଜ ମନ୍ଦିରର ସଂରକ୍ଷଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଦାବି କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଅଭିଯୋଗପତ୍ର ଦେଇଛନ୍ତି । ଏହି ଆନେ୍ଦାଳନରେ ସୁଲତା ସାହାଣୀ, ସ୍ୱପ୍ନରାଣୀ ସାମଲ, ବିନୋଦିନୀ ସେନାପତି, ଚନ୍ଦ୍ରଶେଖର ପାଲ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଗୋପୀନାଥ ପ୍ରଧାନଙ୍କ ସମେତ ବହୁ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ ।




admin 