କରୋନାକୁ ନିପାତ କରିବ ଉକୁଣୀମରା ଔଷଧ

କରୋନାକୁ ନିପାତ କରିବ ଉକୁଣୀମରା ଔଷଧ

କରୋନାକୁ ନିପାତ କରିବ ଉକୁଣୀମରା ଔଷଧ
ଅଷ୍ଟ୍ରେଲିଆର ମୋନାସ ୟୁନିଭର୍ସିଟିର ଗବେଷକମାନେ ଦାବି କରିଛନ୍ତି ଯେ ସେମାନେ ଉକୁଣୀମରା ଔଷଧରେ କରୋନା ଭାଇରସ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ଅନୁସାରେ, ଉକୁଣୀ ମାରିବା ପାଇଁ ବ୍ୟବହାର କରାଯାଉଥିବା ଆଇଭରମେକଟିନର ଉପଯୋଗ କରି ସେମାନେ ଲାବ୍ ଭିତରେ କରୋନା ଭାଇରସକୁ ନିପାତ କରିଛନ୍ତି । ଏହି ଔଷଧର ମାତ୍ର ଗୋଟିଏ ଡୋଜ୍ ପ୍ରୟୋଗ କରାଯାଇଥିଲା ଏବଂ ଏହାର ୪୮ ଘଣ୍ଟା ଭିତରେ ସବୁ କରୋନା ଭାଇରସ କୋଷିକା ନଷ୍ଟ ହୋଇଯାଇଥିଲା । ଏହାର ପ୍ରୟୋଗ ଯୋଗୁଁ କରୋନା ଭାଇରସ୍ କୋଷିକାରୁ ଆର୍‌ଏନ୍‌ଏ ସମ୍ପୂର୍ଣ୍ଣ ଭାବେ ବାହାରିଯାଉଥିଲା । ଏମିତିକି ଏହି ଔଷଧ ଉପଯୋଗ କରିବାର ୨୪ ଘଣ୍ଟା ଭିତରେ ବି କରୋନା ଭାଇରସ କୋଷିକା ସଂଖ୍ୟାରେ ଯଥେଷ୍ଟ ହ୍ରାସ ପରିଲକ୍ଷିତ ହୋଇଥିଲା । ଏବେ ମଣିଷ ଉପରେ ଏହାର ପ୍ରୟୋଗ କରିବା ପାଇଁ ଯୋଜନା କରାଯାଇଛି । ଏଥିପାଇଁ ଆଉ ମାସେ ସମୟ ଲାଗିବ । ଗବେଷକମାନେ ସୂଚନା ଦେଇଛନ୍ତି ଯେ, ପୂର୍ବରୁ ଜିକା ଭାଇରସ, ଫ୍ଲୁ ଏବଂ ଏଚଆଇଭିର ନିରାକରଣ ପାଇଁ ବି ଏହି ଉକୁଣୀମରା ଔଷଧକୁ ବ୍ୟବହାର କରାଯାଇଛି ।