କରୋନା ସତ୍ତ୍ବେ ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ବଢ଼ୁଛି: ସମୀର ଦାଶ

କରୋନା ସତ୍ତ୍ବେ ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ବଢ଼ୁଛି: ସମୀର ଦାଶ

କରୋନା ସତ୍ତ୍ବେ ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ବଢ଼ୁଛି: ସମୀର ଦାଶ

ଭୁବନେଶ୍ବର:  କୋରୋନା ଭୟ ସତ୍ତ୍ବେ ପିଲାମାନଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ୁଛି। ସ୍କୁଲରେ ବି ପିଲାଙ୍କ ଉପସ୍ଥାନ ଭଲ ରହୁଛି।  ଏନେଇ ଜିଲ୍ଲା ପ୍ରଶାସନ ନଜର ରଖିଛି।  ଏଥି ସହ ସ୍କୁଲ ଓ ଗଣଶିକ୍ଷା ବିଭାଗର ଝଙଚ ମଧ୍ୟ ରହିଛି । ଯେଉଁ ସ୍କୁଲରେ ବି ପିଲାଙ୍କ ଠାରେ କୋରୋନା ଲକ୍ଷଣ ଦେଖାଦେଉଛି, ସେମାନଙ୍କୁ ସ୍କୁଲ ଆସିବାକୁ ବାରଣ କରାଯାଉଛି ବୋଲି  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ତେବେ ଯେଉଁଠି ଆବଶ୍ୟକ ପଡୁଛି, ସେଠାରେ ଆଇସୋଲେସନ ଓ ଯଏଣ୍ଟ ମେଡିକାଲ ଟିମ ବି ରହିଛି । ଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଟିମ ମଧ୍ୟ କରାଯାଇଛି । ତେବେ କୋରୋନାକୁ ଭୟ ନକରି ପାଠ ପଢାପ୍ରତି ପିଲାଙ୍କର ଆଗ୍ରହ ରହିଛି । ସବୁ ବ୍ୟବସ୍ଥା ସହ ଶିକ୍ଷା କିପରି ଜାରି ରହିବ ସେ ନେଇ ବ୍ୟବସ୍ଥା କରାଯାଉଥିବା ମନ୍ତ୍ରୀ କହିଛନ୍ତି । ସୂଚନା ଅନୁଯାୟୀ, ରାଜ୍ୟରେ ଦୈନିକ ଭାବରେ ବିଭିନ୍ନ ସ୍କୁଲ ଓ କଲେଜରେ ସଂକ୍ରଣମ ବଢୁଛି। ତେବେ ଏନେଇ ସମ୍ପୂର୍ଣ୍ଣ ଭାବରେ ସରକାର ସ୍ବାସ୍ଥ୍ୟ ବିଭାଗ ଓ ଶିକ୍ଷା ବିଭାଗ ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିଛି ।