କମ୍‍ ରହିବ ଲଘୁଚାପ ବର୍ଷା

କମ୍‍ ରହିବ ଲଘୁଚାପ ବର୍ଷା

କମ୍‍ ରହିବ ଲଘୁଚାପ ବର୍ଷା
ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ହୋଇଛି । ଏହା ସହିତ ଜଡ଼ିତ ଘୁର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି । ଏହା ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ପରେ ଉତ୍ତର ଉତ୍ତର ପୂର୍ବ ଦିଗରେ ଗତି କରିବ । ଏହି ଲଘୁଚାପ ପ୍ରଭାବରେ ଦକ୍ଷିଣ ଭାରତ ସମତେ ବାଂଲାଦେଶ ଓ ଉତ୍ତର ପୂର୍ବ ରାଜ୍ୟରେ ପ୍ରବଳ ବର୍ଷା ହେବା ସହ ପଶ୍ଚିମବଙ୍ଗରେ ପ୍ରାୟତଃ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଓଡ଼ିଶାରେ ଏହାର ପ୍ରଭାବ କମ ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଆକଳନ କରାଯାଉଛି, କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଏହା ପରେ ଦିଗ ପରିବର୍ତ୍ତନ କରି ଉତ୍ତର- ଉତ୍ତର ପୂର୍ବ ଦିଗରେ ଆନ୍ଧ୍ର ଓଡ଼ିଶା ଉପକୂଳର ଦୂରରେ ପଶ୍ଚିମ ଉତ୍ତର ବଙ୍ଗୋପସାଗରକୁ ଗତି କରିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିଦେ୍ର୍ଧଶକ ଏଚଆର ବିଶ୍ୱାସ କହିଛନ୍ତି ଲଘୁଚାପ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।