କଥା ବଦଳାଇଲେ ସୁର

କଥା ବଦଳାଇଲେ ସୁର

କଥା ବଦଳାଇଲେ ସୁର

ଭୁବନେଶ୍ବର:କିଏ ହେବେ ପରବର୍ତ୍ତୀ ପିସିସି ସଭାପତି ସେ ନେଇ ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ବିସ୍ଫୋରକ ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । କଂଗ୍ରେସ ନୁହେଁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଇସାରରେ ସ୍ଥିର ହୋଇଥାଏ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀଙ୍କ ନାଁ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଉଷ୍ମତା ବଢିଥିଲା । ରାତି ପାହୁ ପାହୁ ବୟାନ ବଦଳାଇ ଦେଇଛନ୍ତି ସୁର । ପ୍ରସଙ୍ଗ ଶୈଳୀରେ ଏପରି କହିଥିବା କହିଛନ୍ତି ସୁର ରାଉତରାୟ । 
ଗତକାଲି ନବୀନ ନିବାସ ଆଗରେରେ ପିସିସି ସଭାପତି ନେଇ ବିସ୍ଫୋରକ ବୟାନ ଦେଇଥିଲେ । କଂଗ୍ରେସ-ବିଜେଡି ଲିଙ୍କର ଗୁମର ଖୋଲିଥିଲେ ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ । ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଚୟନକୁ ନେଇ ସୁର ଭିତିରି କଥା କହିଥିଲେ । ପିସିସି ସଭାପତି କିଏ ହେବ ଆଉ ପ୍ରଭାରୀ କିଏ ହେବ ସେ ନିଷ୍ପତ୍ତି ବିଜେଡି ସଭାପତି ତଥା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଅନ୍ତି ବୋଲି କହିଥିଲେ ସୁର । ଏସବୁ କିଛି ପରିବର୍ତ୍ତନ ନବୀନଙ୍କ ଇସାରାରେ ହୁଏ ବୋଲି ସୁର କହି ରାଜ୍ୟ ରାଜନୀତିକୁ ପୁନଃର୍ବାର ରୋଚକ କରି ଦେଇଥିଲେ ।ଆଜି ଏହି ମନ୍ତବ୍ୟକୁ ପ୍ରସଙ୍ଗଭିତ୍ତିକ କହିଥିବା କହିଛନ୍ତି ସୁର । ଆମ ସୁପ୍ରିମୋ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ । ସେ ଯାହାକୁ ପିସିସି ସଭାପତି କରିବେ ତାଙ୍କୁ ନେଇ ଆମେ କାର୍ୟ୍ୟ କରିବୁ ବୋଲି କହିଛନ୍ତି ସୁର ରାଉତରାୟ । ସୁରଙ୍କ ଏପରି ୟୁ-ଟର୍ଣ୍ଣ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।