କଟକ କାଠଯୋଡିରେ ନିଖୋଜ ଯୁବକଙ୍କ ଏଯାଏଁ ପତ୍ତା ମିଳିପାରୁନି
କଟକ କାଠଯୋଡିରେ ନିଖୋଜ ଯୁବକଙ୍କ ଏଯାଏଁ ପତ୍ତା ମିଳିପାରୁନି
admin
Oct 10, 2019 - 05:06
Updated: Oct 10, 2019 - 05:06
କଟକ: ଗତକାଲି ଠାରୁ କାଠଯୋଡି ବ୍ରିଜ ଉପରୁ ନଇଁକୁ ଡେଇଁ ପଡିଥିବା ଯୁବକଙ୍କ ଏଯାଏଁ କୌଣସି ପତ୍ତା ମିଳିପାରୁ ନାହିଁ। ଗତକାଲିର ସର୍ଚ୍ଚ ଅପରେସନ ପରେ ଯୁବକଙ୍କ କୌଣସି ପତା ମିଳିନଥିବା ବେଳେ ଆଜି ପୁଣି ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ। ଭୁବନେଶ୍ୱରରୁ କଟକ ଆସୁଥିବା ବେଳେ କାଠଯୋଡି ପୋଲ ଉପରେ ସ୍ତ୍ରୀ ଓ ପୁଅ ସାମ୍ନାରେ ନଦୀକୁ ଡେଇଁପଡିଥିଲେ ନିଆଳିର ଦେବଦତ୍ତ ମହାପାତ୍ର।
ପାରିବାରିକ କଳହ ଯୋଗୁଁ ସେ କାଠଯୋଡି ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ଗତକାଲି ଦିନ ପ୍ରାୟ ସାଢେ ଗୋଟାଏରେ ଦେବଦତ, ସ୍ତ୍ରୀ ଓ ପୁଅ ସାମ୍ନାରେ ନଦୀକୁ ଡେଇଁ ପଡିବା ପରେ ଦୀର୍ଘ ୩ ଘଣ୍ଟା ଧରି ତାଙ୍କୁ ଉଦ୍ଧାର କରିବାକୁ ଅପରେସନ ଚାଲିଥିଲା। ଓଡ୍ରାଫ, ଅଗ୍ନିଶମ ଟିମ୍ ଏବଂ ସ୍କୁବା ଡାଇଭର ପାଣି ଭିତରେ ବୁଡି ଖୋଜାଖୋଜି କରିଥିଲେ ସୁଦ୍ଧା ନିଖୋଜ ଦେବଦତଙ୍କ ପତା ମିଳିପାରିନାହିଁ ।
୪ ଟି ୱାଟର ବୋଟରେ ୪୦ରୁ ଅଧିକ ଉଦ୍ଧାରକାରୀ ଆଉ ତାସହ ଅଭିଜ୍ଞ ସ୍କୁବା ଡାଇଭର ପାଣି ଭିତରେ ପଶି ଘଣ୍ଟା ଘଣ୍ଟା ଧରି ଅନବରତ ପ୍ରୟାସ କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନାହିଁ। ୨୦ରୁ ୨୫ ଫୁଟ୍ ପାଣି ଭିତରେ ପଶି ସ୍କୁବା ଡାଇଭର ତନ୍ନ ତନ୍ନ କରି ଖୋଜାଖୋଜି କରିଥିଲେ। ଘଟଣାସ୍ଥଳରୁ ୧୪-୧୫ କିଲୋମିଟର ଯାଏ, ଦୁଇଟି ପର୍ଯ୍ୟାୟରେ ଅପରେସନ ଚାଲିଥିଲା । ତେବେ ୩ ଘଣ୍ଟା ଧରି ଅପରେସନ ପରେ ବି ଦେବଦତଙ୍କ ପତା ପାଇପାରିନଥିଲେ ଉଦ୍ଧାରକାରୀ ଦଳ।