କଟକରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ

କଟକରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ

କଟକରେ ଡ୍ରିଙ୍କ ଫ୍ରମ୍‌ ଟ୍ୟାପ

କଟକ: କଟକବାସୀଙ୍କ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ବହୁ ପ୍ରତିକ୍ଷୀତ ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନର ଶୁଭାରମ୍ଭ କରିଛନ୍ତି । ଆଜିଠାରୁ କଟକବାସୀ ପାଇବେ ୨୪ଘଣ୍ଟିଆ ବିଶୁଦ୍ଧ ପାଣି ।

ସୁଜଳ ଯୋଜନାରେ ମହାନଦୀରୁ ପାଣି ଅଣାଯାଇ ସିଡିଏ, ଜଗତପୁର ଓ ପ୍ରତାପନଗରୀ ସ୍ଥାପିତ ୩ଟି ଟ୍ରିଟମେଣ୍ଟ ପ୍ଲାଣ୍ଟ ମାଧ୍ୟମରେ ପାଣି ବିଶୁଦ୍ଧ କରାଯାଇ ନୂତନ ପାଇପ ଲାଇନ୍ରେ ଘରକୁ ଘର ପାଣି ଯୋଗାଇ ଦିଆଯିବ। ପ୍ରଥମ ପର୍ୟ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟରେ ୨ଟି ଅଞ୍ଚଳ କ୍ୟାଣ୍ଟନମେଣ୍ଟ ଓ ଜଗତପୁର ୪୮ ନମ୍ବର ୱାର୍ଡକୁ ୨୪ଘଣ୍ଟା ବିଶୁଦ୍ଧ ପାନୀୟଜଳ ଯୋଗାଣ କରାଯିବ।

୨୦୨୩ ସୁଦ୍ଧା ସମଗ୍ର ସହରବାସୀ ଓ ଉପକଣ୍ଠରେ ରହୁଥିବା ଲୋକେ ବିଶୁଦ୍ଧ ପାଣିର ସୁବିଧା ପାଇବେ। ପୁରୀ ପରେ କଟକ ସହରରେ ଏହି ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।