କଟକରେ କଂଗ୍ରେସର ମେଣ୍ଟ

କଟକରେ କଂଗ୍ରେସର ମେଣ୍ଟ

କଟକରେ କଂଗ୍ରେସର ମେଣ୍ଟ

କଟକ: କଟକ ମହାନଗର ନିଗମ(ସିଏମ୍‌ସି) ନିର୍ବାଚନ ପାଇଁ କଂଗ୍ରେସ ମେଣ୍ଟ କରିଛି। ସିପିଆଇ ଓ ସିପିଆଇ(ଏମ୍‌) ସହିତ ମେଣ୍ଟ କରିଛି କଂଗ୍ରେସ। ଏନେଇ ସୂଚନା ପ୍ରଦାନ କରିଛନ୍ତି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌। ନିର୍ବାଚନ ରଣନୀତି ନେଇ ବିଧାୟକ ମହମ୍ମଦ ମୋକିମ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ବେଳେ ସିପିଆଇ ଓ ସିପିଆଇ(ଏମ୍‌) ସହିତ ମିଶି କଂଗ୍ରେସ ଲଢ଼ିଥିଲା। ସିଏମ୍‌ସି ନିର୍ବାଚନରେ ମଧ୍ୟ ଆମେ ସାଥୀରେ ଲଢ଼ିବୁ। ସିପିଆଇ ଓ ସିପିଆଇ(ଏମ୍‌)କୁ ଦୁଇଟି ଛଡ଼ା ଯାଇଛି। ସେମାନେ ପ୍ରାର୍ଥୀ ଦେଇ ଲଢ଼ିବେ ବୋଲି ମୋକିମ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ଆଜି ଗିରିବାଳା ବେହେରାଙ୍କୁ ମେୟର ପ୍ରାର୍ଥୀ ଭାବେ ଚୟନ କରିଛନ୍ତି। ସେହିପରି ୱାର୍ଡ ନମ୍ୱର ୧ରୁ ଭାନୁମତି ସେନାପତି, ୱାର୍ଡ ନମ୍ୱର ୨ରୁ ଗାୟତ୍ରୀ ଲେଙ୍କା, ୱାର୍ଡ ନମ୍ୱର ୩ରୁ ପ୍ରଦୋଷ ଦାଶ, ୱାର୍ଡ ନମ୍ୱର ୪ରୁ ନରୁପମା ମହାନ୍ତି, ୱାର୍ଡ ନମ୍ୱର ୫ରୁ ସାଲୋନୀ ନାୟକ, ୱାର୍ଡ ନମ୍ୱର ୭ରୁ ସୁଷମା ମାଝି, ୱାର୍ଡ ନମ୍ୱର ୮ରୁ ଅଜିତ କୁମାର ବେହେରା, ୱାର୍ଡ ନମ୍ୱର ୯ରୁ ଜନ ଆଶୁତୋଷ ଦାସ, ୱାର୍ଡ ନମ୍ୱର ୧୨ରୁ ଚିନ୍ମୟୀ ଜେନା, ୱାର୍ଡ ନମ୍ୱର ୧୩ରୁ ପ୍ରଦୀପ କୁମାର ଦ୍ୱିବେଦୀ ଓ ୱାର୍ଡ ନମ୍ୱର ୧୫ରୁ ଲିଜାରାଣୀ ନାୟକ ପ୍ରତିଦ୍ୱନ୍ଦ୍ୱିତା କରିବେ।