କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ ଖୁସବୁ ସୁନ୍ଦର!

କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ ଖୁସବୁ ସୁନ୍ଦର!

କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ ଖୁସବୁ ସୁନ୍ଦର!
ଚେନ୍ନାଇ : ତାମିଲନାଡୁରେ ସିନେଷ୍ଟାର୍‌ମାନେ ରାଜନୀତିରେ ପ୍ରବେଶ କରିବା ପରମ୍ପରା ବେଶ୍‌ ପୁରୁଣା । ଏଠାରେ ବହୁ ଅଭିନେତା, ଅଭିନେତ୍ରୀମାନେ ରାଜନୀତିରେ ନିଜର ଜଲ୍‌ଓ୍ବା ଦେଖାଇଛନ୍ତି । ଏହିକ୍ରମରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ମଧ୍ୟ ରାଜନୀତିର ଏକ ଚର୍ଚ୍ଚିତ ଚେହେରା । ତେବେ ନିର୍ବାଚନ ପୂର୍ବରୁ ଦଳ ଡିଆଁ ଏକ ସ୍ବାଭାବିକ ପ୍ରକ୍ରିୟା ହୋଇଗଲାଣି । ତାମିଲନାଡୁ କଂଗ୍ରେସର ନେତ୍ରୀ ଖୁସବୁ କିନ୍ତୁ କଂଗ୍ରେସର ହାତ ଛାଡି ବିଜେପିର ଯୋଗଦେବାର ସୂଚନା ରହିଛି। ଖୁସବୁ ସୁନ୍ଦର ୨୦୧୪ ମସିହାରେ ଡିଏମ୍‌କେ ଛାଡି କଂଗ୍ରେସର ହାତ ଥରିଥିଲେ। ତେବେ ୨୦୧୪ କଂଗ୍ରେସ କ୍ଷମତାରୁ ବାହାରିବା ପରେ ତାଙ୍କ ରାଜନୈତିକ କ୍ୟାରିଅରରେ ବିଶେଷ କିଛି ଉନ୍ନତି ହୋଇପାରିନଥିଲା । ଅପରପକ୍ଷରେ ୨୦୨୧ରେ ତାମିଲନାଡୁ ବିଧାନସଭା ପାଇଁ ବିଜେପି ଚେହେରା ଅନ୍ବେଷଣରେ ରହିଛି । ତେବେ ଏହି ସମୟରେ ଖୁସବୁ କଂଗ୍ରେସ ଛାଡି ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ଖୁସବୁ ଏ ସମ୍ପର୍କରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି । ଇତି ମଧ୍ୟରେ କଂଗ୍ରେସ ଖୁସବଙ୍କୁ ଏଆଇସିସି ମୁଖପାତ୍ର ପଦରୁ ବରଖାସ୍ତ କରିଛି। ଖୁସୁବୁ ସୁନ୍ଦର ଲୋକପ୍ରିୟ ଅଭିନେତ୍ରୀ ହେବା ସହିତ ରାଜନୀତିରେ ମଧ୍ୟ ବେଶ୍‌ ପରିଚିତ । ସେ ୨୦୧୦ ମସିହାରେ ଡିଏମ୍‌କେରେ ସାମିଲ୍‌ ହୋଇଥିଲେ । ଏହାର ଚାରିବର୍ଷ ପରେ ୨୦୧୪ରେ ସେ କଂଗ୍ରେସରେ ସାମିଲ୍‌ ହୋଇଥିଲେ । ପୁନଶ୍ଚ ଏବେ ସେ ପୁଣି ଥରେ ଦଳ ବଦଳ କରିବେ ବୋଲି ସୂଚନା ରହିଛି । ସେ କଂଗ୍ରେସ ଛାଡି ବିଜେପିରେ ସାମିଲ୍‌ ହେବେ ବୋଲି ସୂଚନା ରହିଥିବାବେଳେ ଏନେଇ ଖୁସବୁ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।