କଂଗ୍ରେସ ଘୋଷଣାପତ୍ର ଉନ୍ମୋଚିତ, ଜାଣନ୍ତୁ କ’ଣ ରହିଛି ପ୍ରତିଶୃତି

କଂଗ୍ରେସ ଘୋଷଣାପତ୍ର ଉନ୍ମୋଚିତ, ଜାଣନ୍ତୁ କ’ଣ ରହିଛି ପ୍ରତିଶୃତି

କଂଗ୍ରେସ ଘୋଷଣାପତ୍ର ଉନ୍ମୋଚିତ, ଜାଣନ୍ତୁ କ’ଣ ରହିଛି ପ୍ରତିଶୃତି

ନୂଆଦିଲ୍ଳୀ: ଉତ୍ତରପ୍ରଦେଶ ନିର୍ବାଚନ ପୂବରୁ କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଉନ୍ମୋଚନ କରାଯାଇଛି। କଂଗ୍ରେସ ନେତା ରହୁଲ୍‌ ଗାନ୍ଧୀ, କଂଗ୍ରେସର ଉତ୍ତର ପ୍ରଦେଶ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଏହାକୁ ଉନ୍ମୋଚନ କରିଛନ୍ତି। ଆସନ୍ତୁ ଜାଣିବା କ’ଣ ରହିଛି ଏହି ଘୋଷଣା ପତ୍ରରେ ଜାଣିବା। ଏହି ଘୋଷଣାପତ୍ରରେ ଯୁବକ/ଯୁବତୀଙ୍କ ଉନ୍ନତି ଉପରେ ଗୁରୁତ୍ବ ଦିଆଯାଇଥିବା ଦାବି କରାଯାଇଛି। ଯୁବକ ଓ ଯୁବତୀଙ୍କ ଶିକ୍ଷା, ରୋଜଗାର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। କେତେକ ପ୍ରମୁଖ ପ୍ରତିଶୃତି ଉପରେ ନିମ୍ନରେ ଆଲୋଚନା। 

୧) ମହିଳାଙ୍କୁ ଦିଆଯିବ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା। 

୨) ଚାକିରି କ୍ଷେତ୍ରରେ ମହିଳାଙ୍କ ପାଇଁ ୪୦ ପ୍ରତିଶ ସଂରକ୍ଷଣ ବ୍ୟବସ୍ଥା କରାଯିବ। 

୩) ବୃଦ୍ଧା ଓ ବିଧବାଙ୍କୁ ୧୦୦୦ ଟଙ୍କାର ମାସିକ ପେନ୍‌ସନ୍‌ ବ୍ୟବସ୍ଥା 

୪)  ୨୦ ଲକ୍ଷ ଚାକିରି

୫) ନିଯୁକ୍ତି ପରୀକ୍ଷାରେ ସ୍ବଚ୍ଛତା

୬) ମାଗଣା ଫର୍ମ ପୂରଣ, ପରୀକ୍ଷା ପାଇଁ ମାଗଣା ଯାତ୍ରା ସୁବିଧା

୭) ପୁଲିସ ବିଭାଗରେ ଖାଲିଥିବା ୧ ଲକ୍ଷ ନିଯୁକ୍ତି

୮) ୪ ହଜାରରୁ ଅଧିକ ଉଦ୍ଦୁର୍ ଶିକ୍ଷକ ପଦ ପୂରଣ

୯) ପ୍ରଦଶେରେ ପ୍ରତିବର୍ଷ ଯୁବ ଉତ୍ସବ, ଏଥିରେ ସ୍ଥାନୀୟ ପ୍ରତିଭା ଚିହ୍ନଟ

୧୦) କ୍ରିକେଟ୍‌ ଲାଗି ବିଶ୍ବସ୍ତରୀୟ ଏକାଡେମି

୧୧) ଖେଳ ପାଇଁ ସ୍ଥାନୀୟ ପ୍ରତିଭାର ବିକାଶ ପାଇଁ ଏକାଡେମି

୧୨) ଯୁବତୀଙ୍କୁ ମାଗଣା ସ୍କୁଟି ଓ ସ୍ମାର୍ଟଫୋନ୍ 

୧୩)  ୮ ଲକ୍ଷ ମହିଳାଙ୍କୁ ଚାକିରି 

୧୪) ୧.୫ ଲକ୍ଷ ଶିକ୍ଷକ ନିଯୁକ୍ତି

୧୫) ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହେଲେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ