କଂଗ୍ରେସ୍‌ ଛାଡିଲେ ଗୁଲାମନବୀ

କଂଗ୍ରେସ୍‌ ଛାଡିଲେ ଗୁଲାମନବୀ

କଂଗ୍ରେସ୍‌ ଛାଡିଲେ ଗୁଲାମନବୀ

ନୂଆଦିଲ୍ଲୀ : କଂଗ୍ରେସକୁ ଏକ ଶକ୍ତ ଝଟକା ଲାଗିଛି । ଜାମ୍ମୁକାଶ୍ମୀର ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ କଂଗ୍ରେସର ଜାମ୍ମୁକାଶ୍ମୀର ପୋଷ୍ଟର ବୟ ଗୁଲାମନବୀ ଆଜାଦ ଦଳରୁ ଇସ୍ତଫା ଦେଇଛନ୍ତି  । ନିକଟରେ ଦଳ ତାଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ମଧ୍ୟ କରିଥିଲା । କିନ୍ତୁ ସମସ୍ତଙ୍କୁ ଚକିତ କରି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଗୁଲାମନବୀ ଇସ୍ତଫା ଘୋଷଣା କରିଛନ୍ତି  । ସୋନିଆଗାନ୍ଧୀଙ୍କୁ ପତ୍ର ଲେଖି ଆଜାଦ ଇସ୍ତଫା ଦେଇଛନ୍ତି  । ବିଗତ କିଛି ବର୍ଷ ଧରି ଗୁଲାମନବୀ କଂଗ୍ରେସର ସାଂଗଠନିକ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଜାହିର କରି ଆସୁଛନ୍ତି  ।

 ଜି୨୩ ନେତା ଭାବେ ପରିଚିତ ଗୁଲାମନବୀଙ୍କ ଏଭଳି ନିଷ୍ପତି ଏବେ କଂଗ୍ରେସ ଶିବିରରେ ଚଡ଼କ ପକାଇଛି । ପୂର୍ବରୁ କପିଲ ଶିବଲ କଂଗ୍ରେସ ଛାଡ଼ି ସପା ସହଯୋଗରେ ରାଜ୍ୟସଭାକୁ ଯାଇଛନ୍ତି  । ଗୁଲାମନବୀ ଜାମ୍ମୁକାଶ୍ମୀରର ଜଣେ ଟାଣୁଆ ନେତା  । ସେ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ । ସେହିପରି କଂଗ୍ରେସର ମୁଖପାତ୍ର ରହିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ରହିଆସିଛନ୍ତି  । ମନମୋହନ ସରକାରରେ କେନ୍ଦ୍ରମନ୍ତ୍ରୀ ମଧ୍ୟ ସେ ଥିଲେ  ।