କଂଗ୍ରେସକୁ ଭୋଟ ଦିଅନ୍ତୁ: ନିରଞ୍ଜନ
କଂଗ୍ରେସକୁ ଭୋଟ ଦିଅନ୍ତୁ: ନିରଞ୍ଜନ
ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟୟତ ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ । ୧୬ ତାରିଖରୁ ଆରମ୍ଭ ହେଉଛି ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ମତଦାନ । ଗ୍ରାମାଞ୍ଚଳରେ ବିକାଶ ପାଇଁ ଏଥର କଂଗ୍ରେସ ସପକ୍ଷରେ ମତଦାନ କରି କଂଗ୍ରେସକୁ ପୂର୍ଣ୍ଣ ବହୁମତ ଦିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି ।
ତେବେ ରାଜ୍ୟରେ ଦୀର୍ଘ ୨୨ ବର୍ଷ ହେବ ଏକ ସ୍ଥାଣୁ , ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି ଓ ଲୋଭ ଦେଖାଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛି ବୋଲି ନିରଞ୍ଜନ କହିଛନ୍ତି । ଯୁବ ବର୍ଗଙ୍କ ପାଇଁ ଚାକିରୀ ନାହିଁ, ମହିଳା ଅସୁରକ୍ଷିତ, ଚାଷୀ ହତାଶ, ପୁଞ୍ଜିପତି ଅଧିକ ଶକ୍ତିଶାଳୀ ହେଉଛନ୍ତି । ଏଥିସହ ସାଧାରଣ ଲୋକେ ଦୁଃଖରେ ଜୀବନ ବିତାଉଛନ୍ତି ବୋଲି କହିଛନ୍ତି ନିରଞ୍ଜନ ।




admin 