ଓଡ଼ିଶା ନୁହେଁ, ଓଡ଼ିଶାବାସୀଙ୍କ ଭୋଟ୍ ବିଜେପି ପାଇଁ ମୂଲ୍ୟବାନ: ନବୀନ
ଓଡ଼ିଶା ନୁହେଁ, ଓଡ଼ିଶାବାସୀଙ୍କ ଭୋଟ୍ ବିଜେପି ପାଇଁ ମୂଲ୍ୟବାନ: ନବୀନ
admin
Apr 27, 2019 - 09:09
Updated: Apr 27, 2019 - 09:09
କେନ୍ଦ୍ରାପଡ଼ା : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରି ସରି ଆସୁଛି ପ୍ରଚାର ଅବଧି । ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଶେଷ ମୁହୂର୍ତରେ ସବୁ ଜୋର ଲଗାଇଦେଇଛନ୍ତି ଶୀର୍ଷ ନେତା । ଓଡ଼ିଶା ନୁହେଁ, ଓଡ଼ିଶାବାସୀଙ୍କ ଭୋଟ୍ ବିଜେପି ପାଇଁ ମୂଲ୍ୟବାନ। ବିପଦ ବେଳେ ଦେଖାଦିଅନ୍ତି ନାହିଁ। ଭୋଟ୍ ମାଗିବା ପାଇଁ କିନ୍ତୁ ମାସକୁ ୧୦ଥର ଆସୁଛନ୍ତି ଓଡ଼ିଶା। କେନ୍ଦ୍ରାପଡ଼ା ଜିଲ୍ଲାରେ ନିର୍ବାଚନ ପ୍ରଚାରେ ପୁଣି ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ। ନବୀନ କହିଛନ୍ତି, ନିର୍ବାଚନ ବେଳେ ମାସରେ ୧୦ ଥର ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ଗତ ୫ବର୍ଷରେ ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଥରେ ବି ସମୟ ପାଇଲେ ନାହିଁ। ଓଡ଼ିଶାବାସୀଙ୍କ ଭୋଟ୍ ବିଜେପି ପାଇଁ ମୂଲ୍ୟବାନ। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ୨୦୧୪ ହୁଡହୁଡ ପରେ ଆନ୍ଧ୍ର ଯାଇଥିଲେ ପ୍ରଧାନମନ୍ତ୍ରୀ। ୨୦୧୭ ବନ୍ୟା ପରେ ବିହାର, ଗୁଜୁରାଟ ଓ ଆସାମ ଯାଇଥିଲେ। ବନ୍ୟା ପାଇଁ ୨୦୧୮ରେ ଯାଇଥିଲେ କେରଳ। କିନ୍ତୁ ହୁଡବୁଡ୍, ମରୁଡ଼ି, ତିତିଲି ଓ ଭୟଙ୍କର ବନ୍ୟା ବାତ୍ୟାର ମୁକାବିଲା କରିଥିବା ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆସିଥିଲେ କି ବୋଲି ନବୀନ ପ୍ରଶ୍ନ କରିଥିଲେ। କେନ୍ଦ୍ରାପଡ଼ା ଭୋଟରଙ୍କୁ ନବୀନ କହିଥିଲେ, କେନ୍ଦ୍ରାପଡ଼ା ବିବୁ ବାବୁଙ୍କ କର୍ମଭୂମି। କେନ୍ଦ୍ରାପଡ଼ାର ବିକାଶ ତାଙ୍କ ଦାୟିତ୍ୱ ବୋଲି ନବୀନ କହିଛନ୍ତି। ସେହିପରି କାଳିଆ ଯୋଜନାକୁ ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରୁଥିବା ନବୀନ ଅଭିଯୋଗ କରିବା ସହ ସେ ଥିବା ପର୍ଯ୍ୟନ୍ତ ଏହାକୁ କେହି ବନ୍ଦ କରି ପାରିବେ ନାହିଁ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ।