ଓମିକ୍ରନ ମାଡୁଛି, ପ୍ରଥମ ମୁଣ୍ଡ ନେଲା

ଓମିକ୍ରନ ମାଡୁଛି, ପ୍ରଥମ ମୁଣ୍ଡ ନେଲା

ଓମିକ୍ରନ ମାଡୁଛି, ପ୍ରଥମ ମୁଣ୍ଡ ନେଲା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଧୀରେଧୀରେ କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବିଟେନରେ ପ୍ରଥମ ଓମିକ୍ରନ ମୃତ୍ୟୁ ଘଟିଛି । ଏହା ବିଶ୍ୱରେ ପ୍ରଥମ । ଏଥିପାଇଁ ସାରା ବିଶ୍ୱର ଚିନ୍ତା ବଢିଛି। 

 
ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ଗତକାଲି ପଶ୍ଚିମ ଲଣ୍ଡନର ପାଡିଙ୍ଗଟନ୍‌ ନିକଟସ୍ଥ ଏକ ଟିକାକରଣ କ୍ଲିନିକ୍‌ ଯିବା ସମୟରେ ଏହା କହିଛନ୍ତି। ବୋରିସ ଜନସନ୍‌ ଗତକାଲି ଟେଲିଭିଜନ୍‌ରେ ଉଦ୍‌ବୋଧନ ଦେଇ ସଂକ୍ରମଣ ବୃଦ୍ଧି ସଂକ୍ରାନ୍ତରେ ସଚେତନ କରିଛନ୍ତି । ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତି ବୁଷ୍ଟର ଡୋଜ୍‌ ନେବାପାଇଁ ଜନ୍‌ସନ୍‌ ଘୋଷଣା କରିଛନ୍ତି । ବ୍ରିଟେନ ସ୍ବାସ୍ଥ୍ୟ ସଚିବ ସଜିଦ ଜାଭିଦ କହିଛନ୍ତି, ଓମିକ୍ରନ୍‌ ପ୍ରଜାତି ଅତ୍ୟନ୍ତ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି । ପ୍ରତି ୨କିମ୍ବା ୩ ଦିନରେ ସଂକ୍ରମଣ ଦ୍ବିଗୁଣା ହେଉଛି । ଓମିକ୍ରନ୍‌ ପ୍ରଜାତିରେ ଆକ୍ରାନ୍ତ ହୋଇ ଇଂଲଣ୍ଡରେ ଏବେ ୧୦ ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ସେ କହିଛନ୍ତି। ଓମିକ୍ରନ୍‌ ପ୍ରଜାତି ଅତ୍ୟନ୍ତ କ୍ଷୀପ୍ର ଗତିରେ ମାଡ଼ୁଥିବାରୁ ଲଣ୍ଡନରେ ଏହା ୪୦ ପ୍ରତିଶତ ସଂକ୍ରମଣ ପାଇଁ ଦାୟୀ।

ତେଣୁ ଲୋକମାନେ ବୁଷ୍ଟର ଡୋଜ୍‌ ନେବା ଆବଶ୍ୟକ। ୨ଟି ଯାକ ଡୋଜ୍‌ ଟିକା ନେଇ ଏବେ ବି ଅସୁସ୍ଥ ଥିବା ବ୍ୟକ୍ତି ବୁଷ୍ଟର୍‌ ଡୋଜ ନେବା ଉପରେ ଗୁରୁତ୍ବାରୋପ କରାଯାଉଛି । ନଭେମ୍ବର ୨୭ରେ ବ୍ରିଟେନ୍‌ରେ ପ୍ରଥମ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଥିଲା । ଏହାପରଠାରୁ ବ୍ରିଟେନ୍‌ରେ ସଂକ୍ରମଣ ବଢ଼ି ଚାଲିଛି । ଏଥିପାଇଁ ବ୍ରିଟେନ୍‌ରେ ସୁରକ୍ଷା କଡ଼ାକଡ଼ି ହୋଇଛି ଏବଂ ବୁଷ୍ଟର ଡୋଜ୍‌ ଆରମ୍ଭ ହୋଇଛି । ବ୍ରିଟେନ୍‌ରେ ରବିବାର ଦିନ ୧୨୩୯ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି । ଏଥିସହ ମୋଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୩୭ରେ ପହଞ୍ଚିଛି।