ଏହି ମହିଳା ୩୧ ଥର କରୋନା ସଂକ୍ରମିତ ହେଲେଣି
ଏହି ମହିଳା ୩୧ ଥର କରୋନା ସଂକ୍ରମିତ ହେଲେଣି
admin
Jan 23, 2021 - 07:27
Updated: Jan 23, 2021 - 07:27
ଜୟପୁର : କରୋନା ସଂକ୍ରମିତ ମାତ୍ର ଦୁଇ ସପ୍ତାହରେ ସୁସ୍ଥ ହେବା ପରେ ଘରକୁ ଫେରି ଆସନ୍ତି । ତାଙ୍କ ଶରୀରରେ ଆଂଟିବଡ଼ି ସୃଷ୍ଟି ହେବା ପରେ ସେମାନେ ସୁସ୍ଥ ହୋଇଥା’ନ୍ତି । ଏମିତିକି ସେମାନଙ୍କ ପ୍ଲାଜମାରେ ଅନ୍ୟ ରୋଗୀ ବି ଚିକିତ୍ସିତ ହୋଇଥା’ନ୍ତି । ତେବେ ଆଶ୍ଚର୍ଯ୍ୟର କଥା ରାଜସ୍ଥାନର ଜଣେ ମହିଳା ଗତ ୫ ମାସ ମଧ୍ୟରେ ୩୧ ଥର ପଜିଟିଭ ହୋଇଛନ୍ତି । ଯାହା ଏବେ ସମସ୍ତଙ୍କୁ ଚକିତ କରିଥିବାବେଳେ ଏହା ବିରଳ ଘଟଣା ବୋଲି କୁହାଯାଉଛି ।
ରାଜସ୍ଥାନର ଭରତପୁର ଜିଲ୍ଲାର ଜଣେ ମହିଳା ୫ ମାସ ଧରି କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର ଯେତେଥର ପରୀକ୍ଷା ହେଉଛି ସେତେଥର ପଜିଟିଭ ବାହାରୁଛି । ସ୍ୱାସ୍ଥ୍ୟବସ୍ଥାରେ ଆଦୌ ସୁଧାର ହେଉନଥିବାରୁ ଡାକ୍ତରମାନେ ସ୍ୱାଭାବିକ ଭାବେ ଚକିତ ହୋଇପଡ଼ିଛନ୍ତି । ଯଦିଓ କରୋନା ସଂକ୍ରମିତଙ୍କ ନାମ ଗୋପନ ରଖିବାର ନିୟମ ରହିଛି ତେବେ ତାଙ୍କ ନାମ ଶାରଦା ବୋଲି ଜଣାପଡ଼ିଛି । ଗତ ଅଗଷ୍ଟ ୨୮ରେ ସେ ପ୍ରଥମ ଥର ପାଇଁ କରୋନାରେ ସଂକ୍ରମିତ ହୋଇଥିଲେ । ପରେ ସେ ଚିକିତ୍ସା ହେବା ପାଇଁ ଆରବିଏମ ହସପିଟାଲରେ ଭର୍ତି ହୋଇଥିଲେ । ଖାଲି ଏଲୋପାଥି ନୁହେଁ ଆୟୂର୍ବେଦିକ ଓ ହୋମିଓ ପାଥି ଚିକିତ୍ସା ମଧ୍ୟ କରାଯାଉଛି । ହେଲେ ସେବେଠାରୁ ଏଯାବତ ସେ ପଜିଟିଭ ଅଛନ୍ତି ।