ଏହି ଅଭିନେତ୍ରୀଙ୍କ ସହ ଚାଟ କରୁଥିଲେ ଶାହାରୁଖଙ୍କ ପୁଅ

ଏହି ଅଭିନେତ୍ରୀଙ୍କ ସହ ଚାଟ କରୁଥିଲେ ଶାହାରୁଖଙ୍କ ପୁଅ

ଏହି ଅଭିନେତ୍ରୀଙ୍କ ସହ ଚାଟ କରୁଥିଲେ ଶାହାରୁଖଙ୍କ ପୁଅ

ମୁମ୍ବାଇ : ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏବେ ଜେଲର ଚାରି କୋଠରୀରେ ବନ୍ଦୀ  । ଆଜି ତାଙ୍କର ଜାମିନ ଆବେଦନ ସଂକ୍ରାନ୍ତରେ ରାୟ ପ୍ରକାଶ ପାଇବ  । ତେବେ ଏହି ପରିପ୍ରେକ୍ଷୀରେ ଏକ ଚାଟ ଏବେ ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବ  । ଜଣେ ନବାଗତ ଅଭିନେତ୍ରୀଙ୍କ ସହ ଆର୍ଯ୍ୟନ ହ୍ୱାଟସଆପ ଚାଟ କରୁଥିଲେ  । ଯାହାର ତଥ୍ୟ ପ୍ରମାଣ କୋର୍ଟରେ ପ୍ରଦାନ କରାଯାଇଥିବା ଜାଣିବାକୁ ମିଳିଛି  ।

ଏନସିବି ପକ୍ଷରୁ କୁହାଯାଇଛିଯେ, ଆର୍ଯ୍ୟାନ ଜଣେ ନବାଗତ ଅଭିନେତ୍ରୀଙ୍କ ସହ ଡ୍ରଗ୍ସ ସଂକ୍ରାନ୍ତରେ ହ୍ୱାଟସଆପ ଚାଟ କରୁଥିଲେ  । ସେଥିରେ ଡ୍ରଗ୍ସ କାରବାର ନେଇ ଅନେକ ଗୋପନ ତଥ୍ୟ ରହିଥିବା କୁହାଯାଉଛି  । ଜେଲରେ ଆର୍ଯ୍ୟନ କଡ଼ା ସୁରକ୍ଷା ବଳୟରେ ଅଛନ୍ତି  । ଅନ୍ୟ ଅଭିଯୁକ୍ତଙ୍କ ସହ ସେ କଥା ହୋଇପାରିବେ ନାହିଁ  । ତାଙ୍କୁ ଏକ ସ୍ୱତନ୍ତ୍ର ସେଲରେ କଡ଼ା ସୁରକ୍ଷା ଦିଆଯାଉଛି  । ସେହିପରି ଜେଲରେ ଦିଆଯାଉଥିବା ଖାଦ୍ୟ ଖାଇବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି  । ଅନେକ ସମୟରେ ସେ କ୍ୟାଂଟିନରୁ କିଣି ଖାଉଥିବା ଲକ୍ଷ୍ୟ କରାଯାଉଛି  । ଶାହାରୁଖ ନିଜ ପୁଅ ପାଇଁ ଜେଲକୁ ୪୫୦୦ ଟଙ୍କା ମନିଅର୍ଡର କରିଥିବା ନେଇ ଜେଲ କର୍ତୃପକ୍ଷ ସୂଚନା ଦେଇଛନ୍ତି  ।