ଏଲଜେପି ଦ୍ୱନ୍ଦ୍ୱ ବଢ଼ାଉଛି, ମିଛ କହୁଛି: ବିଜେପି

ଏଲଜେପି ଦ୍ୱନ୍ଦ୍ୱ ବଢ଼ାଉଛି, ମିଛ କହୁଛି: ବିଜେପି

ଏଲଜେପି ଦ୍ୱନ୍ଦ୍ୱ ବଢ଼ାଉଛି, ମିଛ କହୁଛି: ବିଜେପି
ନୂଆଦିଲ୍ଲୀ:ବିଜେପି ସିଧାସଳଖ ଭାବେ ଏଲଜେପି ଉପରେ ବର୍ଷିଛି । ଏଲଜେପି ସଭାପତି ଚିରାଗ ପାଶ୍ୱାନ ଅଯଥା ଦ୍ୱନ୍ଦ୍ୱ ବଢ଼ାଉଛନ୍ତି । ପାଶ୍ୱାନ ବିଜେପି ଏବଂ ଏହାର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଶଂସା କରୁଛନ୍ତି କିନ୍ତୁ ଅନ୍ୟ ପକ୍ଷେ ସେ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରି ଏହା ଜଣାଇବାକୁ ଚାହୁଁଛନ୍ତି ଯେ, ତାଙ୍କର ବିଜେପି ସହ କିଛି ବୁଝାମଣା ରହିଛି । କିନ୍ତୁ ବିଜେପି ନେତା ଏବଂ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଏଲଜେପି ସହ ବିଜେପିର କୌଣସି ନିର୍ବାଚନ ସମ୍ପର୍କ ନାହିଁ । ଦ୍ୱନ୍ଦ୍ୱ ବଢ଼ାଇବା ଭଳି ରାଜନୀତିକୁ ଆମେ ଆଦୌ ପସନ୍ଦ କରୁନା ବୋଲି ଜାଭେଦକର କହିଛନ୍ତି । ସେହିପରି ଅନ୍ୟ ବରିଷ୍ଠ ବିଜେପି ନେତା ତଥା ସାଧାରଣ ସମ୍ପାଦକ ଭୁପେନ୍ଦ୍ର ଯାଦବ ମଧ୍ୟ ପାଶ୍ୱାନଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଯାଦବ କହିଛନ୍ତି ପାଶ୍ୱାନ ମିଥ୍ୟା ରାଜନୀତି କରୁଛନ୍ତି । ତେବେ ଜାଭେଦକର କହିଛନ୍ତି ବିହାରରେ ବିଜେପି, ଜେଡିୟୁ, ଜିତନ ରାମ ମାଝୀଙ୍କ ହାମସ ଏବଂ ଭିଆଇପି ଦଳ ସହ ମେଣ୍ଟ କରିଛି । ଏନଡିଏ ରାଜ୍ୟରେ ୩ ଚତୁର୍ଥାଂଶ ଭୋଟରେ ଜିତିବ ବୋଲି ସେ ଦୃଢ଼ ଆଶା ପ୍ରକଟ କରିଛନ୍ତି । ଏଲଜେପି ଚଳିତ ନିର୍ବାଚନରେ କୌଣସି ପ୍ରଭାବ ପକାଇ ପାରିବନି ବୋଲି ସେ କହିଛନ୍ତି । ଉଲ୍ଲେଖ ଯୋଗ୍ୟ ଅକ୍ଟୋବର ୨୮ ତାରିଖରେ ବିହାର ବିଧାନସଭା ନିର୍ବାଚନ ଆରମ୍ଭ ହେବ । ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ ।