ଏଲଏସିରେ ଆମ ସ୍ଥିତି ସୁଦୃଢ : ରାଜନାଥ

ଏଲଏସିରେ ଆମ ସ୍ଥିତି ସୁଦୃଢ : ରାଜନାଥ

ଏଲଏସିରେ ଆମ ସ୍ଥିତି ସୁଦୃଢ : ରାଜନାଥ
ନୂଆଦିଲ୍ଲୀ:ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦାଖରେ ସୀମା ଲାଗି ରହିଛି । ସୀମା ବିବାଦକୁ ନେଇ ଉଭୟ ଦେଇ ଅନେକ ଥର ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ପୂର୍ବ ଲଦାଖର ସ୍ଥିତି ନେଇ ଆଜି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତି ରଖିଛନ୍ତି । ସଂସଦରେ ଦେଶର ରକ୍ଷାକର୍ତା ସୈନିକଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପ୍ରଣାମ ଜଣାଇଲେ । ରାଜନାଥ କହିଛନ୍ତି ଯେ, ସୀମାରେ ସୁରକ୍ଷା ପାଇଁ ଆମ ସୈନିକ ଜୀବନ ଦେଇଛନ୍ତି । ଆମେ ଚୀନର ପଦକ୍ଷେପକୁ କଡା ଜବାବ ଦେବାରେ ସକ୍ଷମ ହୋଇଛୁ । ବିବାଦୀୟ ସ୍ଥିତିର ସମାଧାନ ପାଇଁ ଆଲୋଚନା ଜାରି ରହିଛି । ଏଲଏସିରେ ଆମର ସ୍ଥିତି ସୁଦୃଢ ରହିଛି । ଏଲଏସିରେ ଚୀନକୁ କଡା ଜବାବ ଦିଆଯାଇଛି । ଚୀନକୁ ଆମେ ଇଂଚେ ବି ଜମି ଦେବୁ ନାହିଁ । ଉତେଜନା ପ୍ରଶମନ ଲାଗି ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଛି । ପାନଗଙ୍ଗର ଉଭୟ ପଟରୁ ସୈନ୍ୟ ପ୍ରତ୍ୟାହାର କରାଯିବ ବୋଲି ରାଜନାଥ ସିଂ କହିଛନ୍ତି ।