ଏମ୍ସରୁ ଡିସ୍‌ଚାର୍ଜ ହେଲେ ମନମୋହନ ସିଂ

ଏମ୍ସରୁ ଡିସ୍‌ଚାର୍ଜ ହେଲେ ମନମୋହନ ସିଂ

ଏମ୍ସରୁ ଡିସ୍‌ଚାର୍ଜ ହେଲେ ମନମୋହନ ସିଂ
ଗୁରୁତର ଅସୁସ୍ଥ ହୋଇ ଏମ୍ସରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଆଜି ଡିସ୍‌ଚାର୍ଜ କରାଯାଇଛି । ମନମୋହନଙ୍କ କରୋନା ସ୍ବାବ୍‌ ନେଗେଟିଭ୍‌ ଆସିବା ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । ଦୁଇଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ମନମୋହନଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଏମ୍ସର କାର୍ଡିଓ ଥୋରିଆକ୍‌ ବିଶେଷଜ୍ଞ ମାନେ ତାଙ୍କର ଯତ୍ନ ନେଉଥିବା ନେଇ ଏମ୍ସ ପକ୍ଷରୁ କୁହାଯାଇଛି ।