ଏମିତି ବି ମୃତ୍ୟୁ ଆସେ, ଟ୍ରକ ଧକ୍କାରେ ଚାଲିଗଲା ଜୀବନ

ଏମିତି ବି ମୃତ୍ୟୁ ଆସେ, ଟ୍ରକ ଧକ୍କାରେ ଚାଲିଗଲା ଜୀବନ

ଏମିତି ବି ମୃତ୍ୟୁ ଆସେ, ଟ୍ରକ ଧକ୍କାରେ ଚାଲିଗଲା ଜୀବନ

ସୋର : ଟ୍ରକ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ। ବାଲେଶ୍ଵର ଜିଲ୍ଲା ଔପଦା ଢ଼ିପୁରା ଛକ ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ମଇଁସାଡାଲି ଗ୍ରାମର ଧନଞ୍ଜୟ ପାତ୍ରଙ୍କର ଝିଅ କରିସ୍ମା ପାତ୍ରଙ୍କର ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ, କରିସ୍ମା ପାତ୍ର ଔପଦା କଲେଜରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀ। ଶନିବାର ସେ କଲେଜ ଆସୁଥିବା ବେଳେ ଔପଦା ଢ଼ିପୁରା ଛକ ନିକଟରେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। କରିସ୍ମାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଔପଦା ପୋଲିସ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଦୁର୍ଘଟଣା ପରେ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।