ଏମିତି ବି ମୃତ୍ୟୁ ଆସେ, ଜୀବନ୍ତ ଦଗ୍ଧ
ଏମିତି ବି ମୃତ୍ୟୁ ଆସେ, ଜୀବନ୍ତ ଦଗ୍ଧ
କୋଇଡ଼ା: ଟେନସା ଫାଣ୍ଡି ଗୀତାରାଣି ମାଇନ୍ସ ପାଖରେ ଜଳିଗଲା ହାଇୱା । ହାଇୱା ସହ ଚାଳକ ମଧ୍ୟ ଜୀଅନ୍ତା ଜଳିଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ କୌଣସି କାରଣରୁ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ହାଇୱାଟି ଆସିଥିବା ଅନୁମାନ କରାଯାଉଛି । ଫଳରେ ଘଟଣାସ୍ଥଳରେ ହାଇୱା ସହ ଚାଳକ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ତେବେ ଚାଳକ ଜଣକଙ୍କ ଘର କେଉଁଠି ଓ ତାଙ୍କର ପରିଚୟ କ’ଣ ତାହା ଜଣାପଡ଼ିନାହିଁ । ହାଇୱାଟି କେଉଁଠାରୁ କେଉଁଠାକୁ ଯାଉଥିଲା ତାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି ।




admin 