ଏମିତି ପ୍ରସ୍ତୁତ କରନ୍ତୁ ପତ୍ରପୋଡ଼ା ଚିକେନ

ଏମିତି ପ୍ରସ୍ତୁତ କରନ୍ତୁ ପତ୍ରପୋଡ଼ା ଚିକେନ

ଏମିତି ପ୍ରସ୍ତୁତ କରନ୍ତୁ ପତ୍ରପୋଡ଼ା ଚିକେନ
ଚିକେନ ପ୍ରାୟ ସମସ୍ତଙ୍କ ପ୍ରିୟ ହୋଇଥାଏ । ତେଣୁ ଆମେ ଆଜି ଏକ ନିଆରା ଖାଦ୍ୟ ପ୍ରସ୍ତୁତ କରିବା । ଚିକେନ : ବନଲେସ ୨୫୦ଗ୍ରାମ ହଳଦି : ଏକ ଚାମଚ ଅଦାରସୁଣ ବଟା : ୨ଚାମଚ ୠଙ୍କା ଗୁଣ୍ଡ : ୧ଚାମଚ ତେଲ : ୫ଚାମଚ କଦଳି ପତ୍ର : ୨ଟି ସୁତା : ଗୋଟେ ଲୁଣ : ସ୍ୱାଦ ଅନୁସାରେ ଗରମ ମସଲା : ୨ଚାମଚ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ପତଳା ପତଳା ଖଣ୍ଡ କରି ଏକ ପାତ୍ରରେ ରଖନ୍ତୁ । ଏହାପରେ ସେଥିରେ ଅଦାରସୁଣ ବଟା, ହଳଦି, ଗରମ ମସଲା, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ଚିକେନ କିଛି ସମୟ ମାରିନେଟ ହେବା ପରେ କଦଳି ପତ୍ରରେ ତେଲ ଲଗାଇ ଚିକେନ ରଖନ୍ତୁ। ଚିକେନ ସହ କଦଳି ପତ୍ରକୁ ଭଲ ଭାବେ ଗୁଡ଼ାଇ ସୁତାରେ ବାନ୍ଧି ଦିଅନ୍ତୁ। ପରେ ଗ୍ୟାସ ଅନ କରି ତାୱା ବସାନ୍ତୁ । ସେଥିରେ ତେଲ ପକାନ୍ତୁ । ତାୱାରେ ତେଲ ଗରମ ହେବା ପରେ ସେଥିରେ ପତ୍ର ବନ୍ଧା ଚିକେନକୁ ସେକନ୍ତୁ । ଏହାକୁ ସାଇଡ଼ ଗ୍ୟାସ ଅନ କରି ରୁଟି ସେକିଲା ଭଳି ଅଳ୍ପ କରନ୍ତୁ । ପରେ ପୁଣି ତାୱାରେ ଚିକେନ ସିଝିବା ଯାଏଁ ଦୁଇ ପଟ ସେକନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ପତ୍ରପୋଡ଼ା ଚିକେନ ।