ଏମିତି ପୂଜା କରନ୍ତୁ ଗଜାନନଙ୍କୁ ମିଳିବ ଶୁଭଫଳ

ଏମିତି ପୂଜା କରନ୍ତୁ ଗଜାନନଙ୍କୁ ମିଳିବ ଶୁଭଫଳ

ଏମିତି ପୂଜା କରନ୍ତୁ ଗଜାନନଙ୍କୁ ମିଳିବ ଶୁଭଫଳ

ଯେକୌଣସି କାର୍ଯ୍ୟର ପ୍ରାରମ୍ଭରେ ଆମେ ପ୍ରଥମେ ଗଣେଶଙ୍କୁ ସ୍ମରଣ କରିଥାଉ। ଏହା ଦ୍ୱାରା କାର୍ଯ୍ୟ ସହଜରେ ସମାପନ ହେବା ସହ ସମସ୍ତ ବାଧା ବିଘ୍ନ ଦୂରେଇଯାଇଥାଏ। ପ୍ରଭୁ ଗଣେଶଙ୍କ କୃପା ରହିଲେ ଗୃହରୁ ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ। ବୁଧବାରରେ ଗଣେଶଙ୍କ ପ୍ରତିମା ନିକଟରେ ଗୁଆ ଚଢାଇବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ। 

-ଲଡ଼ୁ ହେଉ ଅଥବା ମୋଦକ ହେଉ ଏହାକୁ ଘରେ ପ୍ରସ୍ତୁତ କରି ପ୍ରଭୁଙ୍କ ନିକଟରେ ଭୋଗ ଲଗାଇଲେ ,ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲ ସଂପର୍କ ରହିଥାଏ। 

-ଶିବଙ୍କୁ ପ୍ରତି ସୋମବାରରେ ବେଲପତ୍ର ଚଢାଇଲେ ମଧ୍ୟ ଗଣେଶଙ୍କ ବିଶେଷ କୃପା ରହିଥାଏ। ଗୃହରେ ରଖିଥିବା ଗଣେଶଙ୍କର ମୁଖ ଦକ୍ଷିଣ ଆଡ଼କୁ ରଖିବା ଉଚିତ ନୁହେଁ।

-ଗୃହରେ ସର୍ବଦା ବସିଥିବା ଗଣେଶଙ୍କ ମୂର୍ତ୍ତି ରହିବା ଆବଶ୍ୟକ। ଏହା ଦ୍ୱାରା ସମସ୍ତ ସଫଳତା ମିଳିବା ସହ,ଗୃହରେ ଆନନ୍ଦର ପରିବେଶ ଓ ଧନ ବୃଦ୍ଧି ହୋଇଥାଏ।

-ସିନ୍ଦୁର ରଙ୍ଗର ଗଣେଶଙ୍କ ମୂର୍ତ୍ତିକୁ ଗୃହରେ ପୂଜା କଲେ ଖୁବ ମଙ୍ଗଳ ହୋଇଥାଏ। ଶିକ୍ଷା କ୍ଷେତ୍ରରେ ଅ୍‍ଧିକ ଉନ୍ନତି ହୋଇଥାଏ।