ଏମିତି କରନ୍ତୁ ଡାଏଟ...

ଏମିତି କରନ୍ତୁ ଡାଏଟ...

ଏମିତି କରନ୍ତୁ ଡାଏଟ...

ସୁସ୍ଥ ରହିବା ପାଇଁ ଓଜନ ଯେ ନିୟନ୍ତ୍ରଣରେ ରହିବା ଆବଶ୍ୟକ । ଏହା ସମସ୍ତେ ବୁଝି ସାରିଲେଣି । ବିଶେଷଜ୍ଞଙ୍କ ମତରେ ନିଜ ଡାଏଟ୍ ବାବଦରେ ସତର୍କ ହେଲେ ଓଜନ ବଢ଼ିବାର ଆଶଙ୍କା ନଥାଏ ।

ସକାଳୁ ଉଠିବା ପରେ ପାଣି ୧ ଗିଲାସ ପିଇବା ଉଚିତ। ଏହା ପରେ କିଛି ଖାଇବା ପୂର୍ବରୁ ଆପଣ ୪-୫ ଟି ପେସ୍ତା ବାଦାମ ଖାଇପାରିବେ । ଏହା ଆପଣଙ୍କ ଶରୀରକୁ ପୋଷକ ତତ୍ତ୍ୱ ଓ ଶକ୍ତି ଯୋଗାଇବା ସହ ଶୀଘ୍ର ଭୋକ ମଧ୍ୟ ଲାଗିଥାଏ  । ନିୟମିତ ପେସ୍ତାବାଦାମ ଖାଇଲେ ଶରୀରର କୋଲେଷ୍ଟରଲ ମଧ୍ୟ କମ ହେଉଥିବାର ପରୀକ୍ଷାରୁ ପ୍ରମାଣିତ  ।

ପିସ୍ତା, ସବୁଜ ରଙ୍ଗର ଏକ ଡ୍ରାଏଫ୍ରୁଟସରେ ଭିଟାମିନ ଆବଶ୍ୟକ ପରିମାଣରେ ଥିବା ବେଳେ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରେ  । ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ତତ୍ତ୍ୱ ଆମ ଶରୀରର ଅତିରିକ୍ତ ଫ୍ୟାଟ୍ ସହ ଲଢ଼ିଥାଏ। ସକାଳ ଜଳଖିଆରେ ଏହି ଡ୍ରାଏ ଫ୍ରୁଟସ ସାମିଲ କରିବା ଉଚିତ  ।

ଓଜନକୁ ନିୟନ୍ତ୍ରଣ କରିବାରେ କିସ୍ମିସ୍ ମଧ୍ୟ ଉପଯୋଗୀ । ରାତିରେ ପାଣିରେ ବତୁରାଇ କିସମିସ୍ ରଖନ୍ତୁ । ସକାଳୁ ଏହା ଖାଲିପେଟରେ ଖାଇବା ଦ୍ୱାରା ଆମ ତ୍ୱଚା ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଇଥାଏ। ଜଳଖିଆରେ ୧୦ଟି କିସ୍ମିସ୍ ଖାଇଲେ ଶୀଘ୍ର ଭୋକ ମଧ୍ୟ ହୋଇନଥାଏ । ବାରମ୍ବାର ଭୋକ ଲାଗୁଥିଲେ ଖଜୁରୀ କୋଳି ମଧ୍ୟ ଖାଇପାରିବେ । ପୋଷକତତ୍ୱ ଭରପୁର ଏଇ କୋଳି ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ।