ଏଥର ଛେରାପହଁରା କରିବେନି ଗଜପତି ମହାରାଜ
ଏଥର ଛେରାପହଁରା କରିବେନି ଗଜପତି ମହାରାଜ

ପୁରୀ : କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଶ୍ରୀମନ୍ଦିରରେ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି ସମୀକ୍ଷା ପରେ ପୁରୀ ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ସୂଚନା ମୁତାବକ, ସକାଳ ସାଢ଼େ ୭ଟାରେ ଜଳଲାଗିର ବ୍ୟବସ୍ଥା ହେବ । ନବେ ଭାଗ ସେବାୟତ ଓ କର୍ମଚାରୀଙ୍କ ଆରଟ-ପିସିଆର ରିପୋର୍ଟ ମଧ୍ୟ ନେଗେଟିଭ ଆସିଛି ।
ଅନ୍ୟପଟେ ଏଥର ଛେରାପହଁରା କରିବେନି ଗଜପତି ମହାରାଜ । କୋଭିଡ ନିୟମକୁ ଅନୁପାଳନ କରିବାକୁ ଗଜପତି ନିଷ୍ପତ୍ତି ନେଇଛନ୍ତି । ପରମ୍ପରା ଅନୁଯାଇ ମୁଦିରସ୍ତ ଗଜପତିଙ୍କ ପ୍ରତିନିଧିତ୍ୱ କରି ଛେରାପହଁରା । ଗତବର୍ଷ ମଧ୍ୟ ମୁଦିରସ୍ତ ଛେରା ପହଁରା କରିଥିଲେ । ଏନେଇ ଚିଠି ଲେଖି ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦେଇଛନ୍ତି ଗଜପତି ।