ଏଣିକି ରବିବାର ଓ ଛୁଟି ଦିନରେ କୋଭିଡ ଟିକାକରଣ କରାଯିବ

ଏଣିକି ରବିବାର ଓ ଛୁଟି ଦିନରେ କୋଭିଡ ଟିକାକରଣ କରାଯିବ

ଏଣିକି ରବିବାର ଓ ଛୁଟି ଦିନରେ କୋଭିଡ ଟିକାକରଣ କରାଯିବ
ଭୁବନେଶ୍ୱର: ଏଣିକି ରବିବାର ଓ ଛୁଟି ଦିନରେ ମଧ୍ୟ କୋଭିଡ ଟିକାକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ । ତାଙ୍କ ସୂଚନା ଅନୁଯାୟୀ ପ୍ରତିଦିନ ୧ଲକ୍ଷ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଲାଗି ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ଖରା ବଢୁଥିବାରୁ ଟିକାଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇଛି । ଏବେ ରାଜ୍ୟର ୭୦୦ଟି କେନ୍ଦ୍ରରେ ଟିକାଦାନ କରାଯାଉଛି । ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକାଦାନ ଟାର୍ଗେଟର ପାଖାପାଖି । ୯୧ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଓ ୮୦ ପ୍ରତିଶତ ସମ୍ମୁଖ ଯୋଦ୍ଧା ଟିକା ନେଇ ସାରିଲେଣି ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।