ଏଡସ ସମ୍ପୂର୍ଣ୍ଣ ଭଲ ହୋଇପାରିବ
ଏଡସ ସମ୍ପୂର୍ଣ୍ଣ ଭଲ ହୋଇପାରିବ
ନୂଆଦିଲ୍ଲୀ: ଏଡସ ଭଳି ମାରାତ୍ମକ ରୋଗ ପାଇଁ ଆସୁଛି ଟିକା । ଇସ୍ରାଏଲର ତେଲ ଆବିବ୍ ବିଶ୍ୱବିଦ୍ୟାଳୟରେ ଏହାର ସଫଳ ପରୀକ୍ଷଣ କରାଯାଇଛି । ଏହି ଇଞ୍ଜେକସନ୍ ଥରେ ମାତ୍ର ନେଲେ ରୋଗ ସମ୍ପୂର୍ଣ୍ଣ ଭଲ ହୋଇପାରିବ ବୋଲି ସେମାନେ ଦାବି କରିଛନ୍ତିି । ଜିନ ଏଡିଟିଙ୍ଗ ମାଧ୍ୟମରେ ବିକଶିତ କରାଯାଇଥିବା ଏହି ଟୀକା ଚିକିତ୍ସା ବିଜ୍ଞାନରେ ଏକ ବୈପ୍ଲବିକ ସଫଳତା ବୋଲି ମଧ୍ୟ କୁହାଯାଉଛି । ପରୀକ୍ଷଣ ବେଳେ ମନୂଷ୍ୟ ଶରୀରରେ ଥିବା ଟାଇପ-ବି ଶ୍ୱେତ ରକ୍ତ କଣିକାରେ କିଛି ପରିବର୍ତ୍ତନ ଅଣାଯାଇଥିଲା ଯାହାଦ୍ୱାରା ଏଚଆଇଭି ଭୂତାଣୁ ନଷ୍ଟ ହୋଇଯାଇଥିଲା । ଏଡସ ଭଳି ଜୀବନନାଶକ ରୋଗ ବିରୋଧରେ ଏହି ଟିକାର ସଫଳ ପରୀକ୍ଷଣ ଅନେକଙ୍କୁ ଆଶ୍ୱସ୍ତ କରିଛି ।




admin 