ଏକାବେଳେ ଆତ୍ମହତ୍ୟା କରିଥିଲେ ୯୦୦ ଲୋକ, ବିଶ୍ୱ ଇତିହାସରେ ବିରଳ

ଏକାବେଳେ ଆତ୍ମହତ୍ୟା କରିଥିଲେ ୯୦୦ ଲୋକ, ବିଶ୍ୱ ଇତିହାସରେ ବିରଳ

ଏକାବେଳେ ଆତ୍ମହତ୍ୟା କରିଥିଲେ ୯୦୦ ଲୋକ, ବିଶ୍ୱ ଇତିହାସରେ ବିରଳ
ଆମ ଦେଶରେ ଲୋକେ ଅନେକ ଅନ୍ଧବିଶ୍ୱାସକୁ ପ୍ରାଧାନ୍ୟ ଦେଇଥାନ୍ତି । ସାଧାରଣତଃ ସମ୍ନାରେ ବିଲେଇ ରାସ୍ତା କାଟିବା, କାର୍ଯ୍ୟ ଆରମ୍ଭରେ ଛିଙ୍କିବା ଇତ୍ୟାଦି ଅଶୁଭ ବୋଲି ମନାଯାଏ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ, ଏମିତି ଏକ ଅନ୍ଧବିଶ୍ୱାସ ଯାହାପାଇଁ ୯୦୦ ଲୋକ ଏକାଠି ଜୀବନ ହାରିଲେ । ଆଜ୍ଞା ହଁ ଘଟଣାଟି ହେଉଛି ଆମେରିକା ନିକଟ ଗୁଇନାର ଜୋନାଷ୍ଟାଉନର । ପ୍ରକୃତରେ ଏହି ଘଟଣା ପଛରେଜିମ ଜୋନ୍ସ ନାମକ ଜଣେ ଧାର୍ମିକ ଶିକ୍ଷକ ଥିଲେ । ସେ ନିଜକୁ ଭଗବାନଙ୍କ ଅବତାର ବୋଲି କହୁଥିଲେ । ୧୯୫୬ ମସିହାରେ ଜିମ ଜୋନ୍ସ (ପିପୁଲ୍ସ ଟେମ୍ପୁଲ) ନାମକ ଏକ ଚର୍ଚ୍ଚ ନିର୍ମାଣ କରି ଅସହାୟ ଲୋକମାନଙ୍କ ମଧ୍ୟରେ ଅନୁପ୍ରବେଶ ବଢାଇବାରେ ସାହାଯ୍ୟ କରିଥିଲେ । ତାଙ୍କ ଧାର୍ମିକ କଥାବାର୍ତ୍ତା ଓ ଅନ୍ଧବିଶ୍ୱାସ ବଳରେ ସେ ଲୋକମାନଙ୍କୁ ବାନ୍ଧି ରଖିଥିଲେ । ତାଙ୍କ ମତ ଆମେରିକା ସରକାରଙ୍କ ଠାରୁ ଭିନ୍ନ ଥିଲା ତେଣୁ ସେ ନିଜ ଅନୁଗାମୀଙ୍କୁ ନେଇ ଜଂଗଲରେ ଏକ ଛୋଟ ଗାଁ ଗଢିଲେ । ସେହି ଗାଁର ସମସ୍ତ ଲୋକମାନଙ୍କୁ ସେ ଦିନ,ରାତି କାମ କରାଉଥିଲେ । ସେମାନେ ଥକି ପଡିଲେ ମଧ୍ୟ ଶୋଇବାକୁ ଦେଉନଥିଲେ । ଯଦି କ୍ଳାନ୍ତ ହୋଇ କିଏ ଶୋଇଯାଆନ୍ତି, ସେମାନଙ୍କୁ କଠୋର ଦଣ୍ଡ ଦିଆଯାଏ । ତାଙ୍କ ସାମ୍ରାଜ୍ୟ ବିସ୍ତାର ବିଷୟରେ ଆମେରିକା ସରକାର ଜାଣି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚିନ୍ତା କଲେ କିନ୍ତୁ ଏହା ଜିମ୍ ଜୋନ୍ସ ଜାଣିପାରି ସମସ୍ତ ଅନୁଗାମୀଙ୍କୁ ଏକାଠି ହେବାକୁ କହିଥିଲେ । ସେ ଏକ ବଡ କୁଣ୍ଡ ଜଳରେ ବିଷ ମିଶାଇ, ମୃଦୁ ପାନୀୟ ପ୍ରସ୍ତୁତ କରିଥିଲେ, ତାହାକୁ ପବିତ୍ର ଜଳବୋଲି କହିଲେ । ଲୋକମାନଙ୍କୁ କହିଲେ ଯେ ସରକାର ଆମ ବିଷୟରେ ଜାଣି ଦେଇଛନ୍ତି । ତେଣୁ ସେ ଏଠି ଆସି ପଶୁ ଭଳି ବ୍ୟବହାର କରିବେ, ସମସ୍ତଙ୍କୁ ମାରିଦେବେ, ମହିଳା ମାନଙ୍କୁ ବଳାକôାର କରିବେ, ବୋମା ଫଙ୍ଗିବେ । ସେଥିରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଜଳକୁ ପିଇବାକୁ ପଡିବ । ଯିଏ ମନା କଲେ ତାକୁ ଜବରଦସ୍ତ ପିଆଇ ଦିଆଗଲା । ଫଳରେ ୯୦୦ ଲୋକଙ୍କ ସହ ଜିମ ଜୋନ୍ସଙ୍କ ମୃତ ଦେହ ସେହି ସ୍ଥାନରୁ ଉଦ୍ଧାର ହୋଇଥିଲା । ସେଥିରେ ୩୦୦ ରୁ ଅଧିକ ପିଲା ସାମିଲ ଥିଲେ ।