ଏଆଇସିସି ସଭାପତି ଭୋଟ ଭୋଟ ଗଣନା , ଆଗରେ ମଲ୍ଲିକାର୍ଜୁନ
ଏଆଇସିସି ସଭାପତି ଭୋଟ ଭୋଟ ଗଣନା , ଆଗରେ ମଲ୍ଲିକାର୍ଜୁନ
ନୂଆଦିଲ୍ଲୀ: ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ନୂଆ ସଭାପତି। ଖାଡ଼ଗେ ନାଁ ଥରୁର୍ କିଏ ହେବେ କଂଗ୍ରେସର ନୂଆ ମୁଖିଆ। ସେ ସମ୍ପର୍କରେ ଆଜି ସ୍ପଷ୍ଟ ହେବ। ନୂଆ କଂଗ୍ରେସ ସଭାପତି ନେଇ ହୋଇଥିବା ଭୋଟରେ ଆଜି ଗଣତି କରାଯାଇ ମଧ୍ୟାହ୍ନ ପରେ ଫଳାଫଳ ଘୋଷଣା କରାଯିବ। ବିଜୟ ରେସ୍ରେ ସବୁଠୁ ଆଗରେ ରହିଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ । ୧୯୯୮ରୁ ଲଗାତାର ଭାବେ ସୋନିଆ ଗାନ୍ଧି ଓ ପରେ ପୁଅ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ହୋଇଥିଲେ । ୨୦୧୪, ୨୦୧୯ ନିର୍ବାଚନରେ ଶୋଚନୀୟ ପରାଜୟ, ଦଳରେ ଅସ୍ଥିରତା, ସଂଗଠନ ଦୁର୍ବଳ ଭଳି ଅନେକ ସମସ୍ୟାରେ ଘେରି ରହିଛି କଂଗ୍ରେସ । କୁହାଯାଉଛି, ନୂଆ ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସକୁ ମିଳିପାରେ ସଞ୍ଜିବନୀ । ବାଲଟ୍ ବକ୍ସଗୁଡ଼ିକ ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ପହଞ୍ଚିବା ପରେ ତାହାକୁ ଷ୍ଟ୍ରଙ୍ଗ୍ରୁମ୍ରେ ରଖାଯାଇଛି । ଭୋଟ୍ ଗ୍ରହଣ ପାଇଁ ପୂରା ଦେଶରେ ୩୬ଟି ପୋଲିଂ ଷ୍ଟେସନରେ ୬୭ଟି ବୁଥ୍ ହୋଇଥିଲା। ଦଳର ୯୫୦୦ ଜଣ ପ୍ରତିନିଧି ଏଥିପାଇଁ ଭୋଟ ଦେଇଛନ୍ତି। ଭୋଟ ପ୍ରତିଶତ ୯୬ ପ୍ରତିଶତ ଥିବା ବେଳେ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଥିଲା।
ନୂଆଦିଲ୍ଲୀସ୍ଥିତି ଏଆଇସିସିର ମୁଖ୍ୟ କାର୍ୟ୍ୟାଳୟରେ ସୋନିଆ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ପି ଚିଦମ୍ବରମଙ୍କ ସମେତ ୮୭ ଜଣ ଭୋଟ ଦେଇଥିଲେ। ସଭାପତି ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।




admin 