ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ବନ୍ଧା ହେଲେ ଆଉ ୯ ଜଣ

ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ବନ୍ଧା ହେଲେ ଆଉ ୯ ଜଣ

ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ବନ୍ଧା ହେଲେ ଆଉ ୯ ଜଣ


ବାଲେଶ୍ୱର : ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲ ଚାଭନଙ୍କ ସମେତ ତାଙ୍କ ଡ୍ରାଇଭରଙ୍କ ଉପରେ ଗତକାଲି ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେପୁଲିସ୍‌ ସମୁଦାୟ ୧୧ ଅଭିଯୁକ୍ତଙ୍କୁ ବାନ୍ଧି ସାରିଲାଣି। ଗତକାଲି ରାତିରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଥିବା ବେଳେ  ଆଜି ସକାଳେ ଆଉ ୯ ଜଣଙ୍କୁ ବାନ୍ଧିଛି। ଏହି ଘଟଣାରେ ସମୁଦାୟ ୧୧ ଜଣ ଗିରଫ ହୋଇ  ସାରିଥିବା ବେଳେ ସେମାନଙ୍କ ମଧ୍ୟରେ ୩ ମହିଳା ମଧ୍ୟ ସାମିଲ ଅଛନ୍ତି।  


ମନ୍ଦରପୁର ଓ ଦହପଡ଼ା ଅଞ୍ଚଳରେ ମେସିନ୍ ବ୍ୟବହାର କରି ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ପରେ ଉପଜିଲ୍ଲାପାଳ ଗତକାଲି ଘଟଣାସ୍ଥଳର ପରିଦର୍ଶନ ନିମନ୍ତେ ଯାଇଥିଲେ। ଏକ୍ସସାଇଜ୍ ଟିମ୍‌ ଓ ପୁଲିସ ଟିମ୍‌ ଉପସ୍ଥିତିରେ ବେଆଇନ ଚାଲାଣ ହେଉଥିବା ପ୍ରାୟ ୫୦୦ ଟ୍ରିପ୍‌ ବାଲିକୁ ଜବତ କରାଯାଇଥିଲା। ସ୍ଥାନୀୟ ଲୋକଙ୍କୁ ଏହି ବାଲିର ଜଗାରଖା ଦାୟିତ୍ୱ ଦିଆଯାଇଥିଲା। ସେପଟେ ବାଲି ଚୋରା ଚୋଲାଣ ନିମନ୍ତେ ବ୍ୟବହୃତ ଜିନିଷକୁ ଜବତ କରାଯାଇଥିଲା।


ଏହି ଜିନିଷକୁ ପରେ ଆଣିବା ନିମନ୍ତେ ଉପଜିଲ୍ଲାପାଳ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ବାଲି ମାଫିଆମାନେ ଉପଜିଲ୍ଲାପାଳଙ୍କ ଗାଡ଼ି ଓ ଚଢ଼ାଉରେ ଯାଇଥିବା ଟିମ୍‌ ଉପରେ ପଥର ମାଡ଼ କରିଥିଲେ। ସେମାନଙ୍କ ଆକ୍ରମଣରେ ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିଲାଲଙ୍କ ସମେତ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ।