ଇଂଜିନି୍ୟରିଂରେ ନାମ ଲେଖାଇବାରେ ଗଣିତ ବାଧ୍ୟତାମୂଳକ ନୁହେଁ
ଇଂଜିନି୍ୟରିଂରେ ନାମ ଲେଖାଇବାରେ ଗଣିତ ବାଧ୍ୟତାମୂଳକ ନୁହେଁ
ନୂଆଦିଲ୍ଲୀ:ଇଂଜିନିୟରି ପାଠ୍ୟକ୍ରମରେ ନାଁ ଲେଖାଇବା ପୂର୍ବରୁ ଗଣିତ ବାଧ୍ୟତାମୂଳକ ନୁହଁ। ଅର୍ଥାତ ଇଂଜିନିୟରିଂରେ ପାଠ ପଢ଼ିବାକୁ ଚାହୁଁଥିବା ପିଲା ଏହା ପୂର୍ବରୁ ଗଣିତ ପଢ଼ିଥିବା ବାଧ୍ୟତାମୂଳକ ନୁହେଁ ବୋଲି ଘୋଷଣା କରାଯାଇଛି। ଏକ ତୃତୀୟାଂଶ ଇଂଜିନିୟରିଂ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଗଣିତ ପଢ଼ିଥିବା ବାଧ୍ୟତାମୂଳକ ନୁହଁ ବୋଲି ଏଆଇସିଟିଇ ପକ୍ଷରୁ ଘୋଷଣା କରାଯାଇଛି । ଏଆଇସିଟିଇ ଗାଇଡ଼ଲାଇନ ଅନୁସାରେ ୨୦୨୦ ମସିହା ଯାଏ ଇଂଜିନିୟରିଂ ଡିଗ୍ରୀ କୋର୍ସରେ ଆଡ଼ମିଶନ ଲାଗି ଯୁକ୍ତ-୨ ସ୍ତରରେ ଫିଜିକ୍ସ ଓ ଗଣିତ ବାଧ୍ୟତାମୂଳକ ବିଷୟ ଥିଲା ।
ଗତବର୍ଷ ପାଇଁ ଏଆଇସିଟିଇ ଯେଉଁ ଗାଇଡ଼ଲାଇନ ଆଣିଥିଲା, ସେଥିରେ ବାଧ୍ୟତାମୂଳକ ଶବ୍ଦକୁ ଉଠାଇଦେଇ ଯେକୌଣସି ବିଷୟରେ ଯୁକ୍ତ-୨ କରିଥିଲେ, ଇଂଜିନିୟରିଂ କରିହେବ ବୋଲି କୁହାଯାଇଥିଲା। ଯେହେତୁ ଗାଇଡ଼ଲାଇନରେ ସ୍ପଷ୍ଟତା ନଥିଲା, ଓଡ଼ିଶାରେ ତାହାକୁ ଲାଗୁ କରାଯାଇନଥିଲା । କିନ୍ତୁ ଚଳିତବର୍ଷ ଗାଇଡ଼ଲାଇନରେ ଏଆଇସିଟିଇ କେଉଁ ଇଂଜିନିୟରିଂ କୋର୍ସ ଲାଗି କେଉଁ ବିଷୟ ବାଧ୍ୟତାମୂଳକ ବା ଅପସନାଲ ତାହା ସ୍ପଷ୍ଟ ଭାବେ ଦର୍ଶାଇଛି।
କେତେକ ଇଂଜିନିୟରିଂ କୋର୍ସ ଲାଗି ଗଣିତ ଆଉ କେତେକ କୋର୍ସ ପାଇଁ କେମିଷ୍ଟ୍ରିକୁ ଯୁକ୍ତ-୨ ସ୍ତରରେ ବାଧ୍ୟତାମୂଳକ ବିଷୟରୁ ବାଦ ଦିଆଯାଇଛି। ଏନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ। ସରକାର ଅନୁମୋଦନ କଲେ, ଚଳିତବର୍ଷରୁ ହିଁ ଏହି ନିଷ୍ପତ୍ତି ଲାଗୁ କରାଯିବ ବୋଲି କହିଛନ୍ତି ଓଜେଇଇ ଅଧ୍ୟକ୍ଷ। ଗତବର୍ଷ ଏଆଇସିଟିଇ ପକ୍ଷରୁ ଜାରି ହୋଇଥିବା ଏହି ଗାଇଡଲାଇନ୍ରେ ଯୁକ୍ତ ଦୁଇରେ ଗଣିତ ବାଧ୍ୟତାମୂଳକ ହୋଇନଥିଲା। କିନ୍ତୁ ଦଶମସ୍ତରରେ ଗଣିତ ବିଷୟ ରହିବା ଜରୁରୀ ବୋଲି ସ୍ପଷ୍ଟ କରାଯାଇଛି ।




admin 