ଆସନ୍ତା ୧୧ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ଭିସୁଟ୍ ।
ଆସନ୍ତା ୧୧ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ଭିସୁଟ୍ ।
admin
Jul 4, 2020 - 06:04
Updated: Jul 4, 2020 - 06:04
ଆସନ୍ତା ୧୧ ତାରିଖ ଯାଏଁ ସଟ୍ ଡାଉନ୍ ହେଲା ବୁର୍ଲା ଭିସୁଟ୍ । ୨ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ପରେ ଏହି ପଦକ୍ଷେପ ନେଇଛନ୍ତି ଭିସୁଟ୍ କର୍ତ୍ତୃପକ୍ଷ । ସମସ୍ତ କର୍ମଚାରୀଙ୍କୁ ହେଡ୍ କ୍ବାର୍ଟର ନ ଛାଡିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ କଲେ ଶୃଙ୍ଖାଗତ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ ବୋଲି ସୂଚନା ରହିଛି । ହେଡ୍କ୍ବାର୍ଟର ବାହାରେ କର୍ମଚାରୀ ଥିଲେ ସେମାନେ ଫେରିବା ପରେ ହୋମ୍ କ୍ବାରେଣ୍ଟିନ୍ରେ ରହିବାକୁ ନିର୍ଦ୍ଦେଶ ରହିଛି । ତେବେ ଆଗକୁ ସଂକ୍ରମଣ ଆଶଙ୍କା କରି ଏପରି ପଦକ୍ଷେପ ନିଆଯାଇଛି ।
ସୂଚନାଯୋଗ୍ୟ, ଭିସୁଟ୍ର ଜଣେ ଅଧ୍ୟାପିକାଙ୍କ ସ୍ବାମୀ କରୋନାରେ ପ୍ରାଣ ହରାଇବା ପରେ ଭିସୁଟ୍କୁ ଗତ ଜୁନ୍ ୩୦ ତାରିଖରେ କରୋନା ଦିନକ ପାଇଁ ବନ୍ଦ କରି ଦିଆଯାଇ ଭିସୁଟ୍ ପରିସରକୁ ବିଶୋଧନ କରାଯାଇଥିଲା । ସଂପୃକ୍ତ ଅଧ୍ୟାପିକାଙ୍କ ସ୍ୱାବ ମଧ୍ୟ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିବାବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ତେବେ ଭିସୁଟ୍କୁ ଅଧିକ ଦିନ ପାଇଁ ବନ୍ଦ କରାଯିବ କି ନାହିଁ ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।