ଆସନ୍ତା ସପ୍ତାହରେ ମାଟ୍ରିକ ଫଳ

ଆସନ୍ତା ସପ୍ତାହରେ ମାଟ୍ରିକ ଫଳ

ଭୁବନେଶ୍ୱର : ଚଳିତ ମାସର ଶେଷ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଦିନେ ଦୁଇଦିନ ଭିତରେ ତାରିଖ ଧାର୍ୟ୍ୟ କରାଯିବ । ଏନେଇ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ବୋଡର଼୍ ସଭାପତି ରାମାଶିଷ ହାଜରା । ମାଟ୍ରିକ ଫଳ ପ୍ରକାଶକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚିନ୍ତାରେ ଥିଲେ । କିନ୍ତୁ ବୋଡର଼୍ ସଭାପତିଙ୍କ ଘୋଷଣା ଏବେ ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ଚଳିତ ବର୍ଷ କରୋନା ପାଇଁ ଶିକ୍ଷା କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି । ଚାରି ମାସ ଧରି ସ୍କୁଲ କଲେଜ ବନ୍ଦ ହୋଇ ରହିଛି । ତେବେ ବେଶୀ ଚିନ୍ତାରେ ଯୁକ୍ତ ଦୁଇ ଓ ଦଶମ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ପଡ଼ିଯାଇଛନ୍ତି । ଚଳିତ ବର୍ଷ ୧୯ ଫେବୃଆରୀରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୨ରେ ଶେଷ ହୋଇଥିଲା । ପ୍ରାୟ ୫.୬ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଦୁଇ ସପ୍ତାହ ତଳେ ମାଟ୍ରିକ ଖାତା ମୂଲ୍ୟାୟନ ଶେଷ ହୋଇଥିଲା । କରୋନା ପାଇଁ ଚଳିତ ବର୍ଷ ମୂଲ୍ୟାୟନରେ ବାଧା ସୃଷ୍ଟି ହେବାରୁ ପରୀକ୍ଷା ଫଳ ବିଳମ୍ବିତ ହୋଇଯାଇଛି ।