ଆସନ୍ତା ବର୍ଷକୁ ଘୁଞ୍ଚିଲା ଆଲିଆ-ରଣବୀରଙ୍କ ବିବାହ

ଆସନ୍ତା ବର୍ଷକୁ ଘୁଞ୍ଚିଲା ଆଲିଆ-ରଣବୀରଙ୍କ ବିବାହ

ଆସନ୍ତା ବର୍ଷକୁ ଘୁଞ୍ଚିଲା ଆଲିଆ-ରଣବୀରଙ୍କ ବିବାହ

ମୁମ୍ବାଇ: ଆଲିଆ-ରଣବୀରଙ୍କ ବିବାହ ଆଉ ଏ ବର୍ଷ ହେବନି। ଆସନ୍ତା ବର୍ଷକୁ ବିବାହ ତାରିଖ ଘୁଞ୍ଚିଯାଇଛି। ଚଳିତ ବର୍ଷ ଏହି ଦୁଇ ବଲିଉଡ କଳାକାର ଲଭ୍ ଏବଂ ମ୍ୟାରେଜକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

ଆସନ୍ତା ଡିସେମ୍ବରରେ ଉଭୟ ବିବାହ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ପୁଣି ସେମାନଙ୍କ ବିବାହ ଘୁଞ୍ଚିଥିବା ଜଣାପଡିଛି । ତେବେ ଆଲିଆ-ରଣବୀରଙ୍କ ଫ୍ୟାନ୍ସ ସେମାନଙ୍କ ବିବାହକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ । ମାତ୍ର ପୁଣିଥରେ ବିବାହ ତାରିଖ ଘୁଞ୍ଚାଇ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ୨ ବଲିଉଡ ଷ୍ଟାର ।କ୍ୟାରିୟରକୁ ଗୁରୁତ୍ବ ଦେଇ ଉଭୟ ବିବାହ ତାରିଖକୁ ଘୁଞ୍ଚାଇଥିବା କୁହାଯାଉଛି । ତେବେ ଏହି ୨ ବଲିଉଡ ଷ୍ଟାର ୪ ବର୍ଷ ହେବ ସମ୍ପର୍କରେ ଅଛନ୍ତି । ବିଭିନ୍ନ କାର୍ୟ୍ୟକ୍ରମରେ ଉଭୟ ଏକାଠି ନଜର ଆସିଥାନ୍ତି । ଖୁବଶୀଘ୍ର ଉଭୟଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ରିଲିଜ୍ ହେବାକୁ ଯାଉଛି ।