ଆରପାରିରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରା
ଆରପାରିରେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରା
ଭୁବନେଶ୍ୱର: ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରାଙ୍କର ପରଲୋକ ହୋଇଛି । ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନେଶ୍ୱର ସହୀଦନଗର ସ୍ଥିତ ତାଙ୍କ ବାସଭବନରୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପ୍ରାୟ ରାତି ୧ଘଟିକା ସମୟରେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ତାଙ୍କ ପତ୍ନୀ ତୃପ୍ତି ବେଉରା ସୂଚନା ଦେଇଛନ୍ତି । ଏବେ ତାଙ୍କର ମରଶରୀରକୁ ଆପୋଲୋ ହସ୍ପିଟାଲରେ ରଖାଯାଇଛି । ବାହାରେ ରହୁଥିବା ତାଙ୍କ ଝିଅ ଭୁବନେଶ୍ୱର ପହଞ୍ଚିବା ପରେ ଶେଷକୃତ୍ୟ ସମ୍ପର୍ଣ୍ଣ ହେବା ନେଇ ସୂଚନା ରହିଛି ।
ଅବସର ବେଉରା ଏକାଧାରରେ ଜଣେ ବିଶିଷ୍ଟ ଓଡ଼ିଆ, ପୂର୍ବତନ ରାଷ୍ଟ୍ରଦୂତ, ଅନେକ ବିରଳ ସମ୍ମାନର ଅଧିକାରୀ, ସ୍ୱାଭିମାନୀ ଓଡ଼ିଆ, ବିଦେଶ ନୀତି ବିଶେଷଜ୍ଞ, ପ୍ରଖର ଦେଶପ୍ରେମୀ ତଥା ରାଷ୍ଟ୍ରବାଦୀ, ଜଣାଶୁଣା ସ୍ତମ୍ଭକାର, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିଜକୁ ସମର୍ପିତ କରିଥିଲେ । ଏହା ସହିତ ସେ ଭାରତୀୟ ବିଦେଶ ସେବା ର ପୂର୍ବତନ ଅଧିକାରୀ ଥିଲେ ।
ମହାମାରୀ କରୋନା ସମୟରେ ଆକ୍ରାନ୍ତ ହୋଇ କଳିଙ୍ଗ ହସ୍ପିଟାଲରେ ସେ ଚିକିତ୍ସିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଫେରିଥିଲେ । ଅବସର ବେଉରିଆଙ୍କର ଅକାଳ ବିୟୋଗ ଓଡ଼ିଆ ଜାତି ତଥା ସମଗ୍ର ଦେଶ ପାଇଁ ଏକ ଅପୂରଣୀୟ କ୍ଷତି । ଆମ ସମସ୍ତଙ୍କ ପାଇଁ ଜଣେ ବିଶାଳ ଜ୍ଞାନର ଭଣ୍ଡାର, ମାର୍ଗଦର୍ଶକ ତଥା ପ୍ରେରଣାର ଉତ୍ସ ଥିଲେ ଅବସର ବେଉରା ।




admin 