ଆରଜେଡ଼ି ନେତାଙ୍କୁ ପିଟିଲେ ଲାଲୁଙ୍କ ପୁଅ
ଆରଜେଡ଼ି ନେତାଙ୍କୁ ପିଟିଲେ ଲାଲୁଙ୍କ ପୁଅ
ପାଟନା : ପୁଣି ଥରେ ବିବାଦ ଘେରକୁ ଆସି ଯାଇଛନ୍ତି ଆରଜେଡ଼ି ସୁପ୍ରିମୋ ଲାଲୁ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ । ଯୁବ ଆରଜେଡ଼ି ନେତା ରାମରାଜ ଯାଦବଙ୍କୁ ସେ ପିଟିଥିବା ଅଭିଯୋଗ ହୋଇଛି । ଇଫତାର ପାର୍ଟି ଦିନ ଲାଲୁଙ୍କ ପୁଅ ତାଙ୍କୁ ଜୀବନରୁ ମାରିଦେବାକୁ ବସିଥିଲେ ବୋଲି ସେ ସଂଗୀନ ଅଭିଯୋଗ ବାଢ଼ିଛନ୍ତି । ତାଙ୍କ ଜୀବନ ପ୍ରତି ଭୟ ଥିବାରୁ ନିଜର ସୁରକ୍ଷା ପାଇଁ ଏବେ ସେ ନୀତିଶ କୁମାରଙ୍କୁ ଗୁହାରି କରିଛନ୍ତି ।
ରାମରାଜ କହିଛନ୍ତିଯେ, ଇଫତାର ପାର୍ଟି ଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ସେହିଦିନ ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ତାଙ୍କୁ ଏକ ଘରେ ଭର୍ତ୍ତି କରି ମାଡ଼ ମାରିବା ସହ ଆପତ୍ତି ଜନକ ଭିଡ଼ିଓ ମଧ୍ୟ ଉଠାଇଥିଲେ । ତାଙ୍କୁ ତେଜପ୍ରତାପ ହତ୍ୟା ଧମକ ଦେଇଥିବାବେଳେ ସେ ମର୍ମାହତ ହୋଇ ଆରଜେଡ଼ିରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ଏପରିକି ତେଜପ୍ରତାପ ତାଙ୍କୁ ପିଟିବା ସହ ତେଜସ୍ୱୀ ଯାଦବ ଓ ଲାଲୁ ଯାଦବଙ୍କ ବିରୋଧରେ ଅପଶବ୍ଦ କହିଥିଲେ ।
ଅପରପକ୍ଷରେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ତେଜପ୍ରତାପ । ସେ କହିଛନ୍ତିଯେ, କାହା ଚାପରେ ପଡ଼ି ବୋଧହୁଏ ରାମରାଜ ଏଭଳି ଅଭିଯୋଗ କରିଛନ୍ତି । ସେଦିନ ସେ ରାମରାଜ ସହ ଭଲରେ କଥା ହେବା ସହ ମିଶିକି ଫଟୋ ମଧ୍ୟ ଉଠାଇଥିଲେ । ଏହି ଫଟୋ ମଧ୍ୟ ସେ ମିଡ଼ିଆକୁ ଦେଇଛନ୍ତି ।




admin 