ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ,ବିଧାୟକ ସରୋଜଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ
ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ,ବିଧାୟକ ସରୋଜଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତପ୍ରସ୍ତର ସ୍ଥାପନ
admin
Jan 7, 2020 - 14:57
Updated: Jan 7, 2020 - 14:57
ବେଲପଡା(ମନୋଜ କୁମାର ମିଶ୍ର) - ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ର ବିଭିନ୍ନ ଗ୍ରାପ ର ବିଭିନ୍ନ ଗ୍ରାମ ମାନଙ୍କ ରେ ଆମ ଗାଁ ଆମ ବିକାଶ ଓ ମୁଖ୍ୟ ମନ୍ତ୍ରୀ ଙ୍କ ସ୍ୱତନ୍ତ୍ର ରିଲିଫ ପାଣ୍ଠି ରୁ ବିଭିନ୍ନ ପ୍ରକଳ୍ପ ର ଭିତ୍ତପ୍ରସ୍ତର ପାଟଣାଗଡ ବିଧାୟକ ସରୋଜ ମେହେର ଓ ବେଲପଡା ବିଡିଓ ଭିକ୍ଟର ସୋରେନ ଙ୍କ କର କମଳ ରେ ସ୍ଥାପନା କରାଯାଇଛି ।ବିଧାୟକ ମେହେର ଙ୍କ ବେଲପଡା ବ୍ଲକ ଅଂଚଳ ଗ୍ରସ୍ତ ସମୟ ରେ ବିଭିନ୍ନ ଗ୍ରାମ ରେ ଗ୍ରାମବାସୀ,ଯୁବକ ,ଯୁବତୀ ବୃଦ୍ଧ ବୃଦ୍ଧା ଙ୍କ ଉତ୍ସାହ ଦେଖିବାକୁ ମିଳିଥିଲାବେଳେ ଗ୍ରାମ ମାନଙ୍କ ରେ ବନ୍ଦାପଣାକରି ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଇଥିଲେ । ମଙ୍ଗଳବାର ବିଧାୟକ ମେହେର ଓ ବିଡିଓ ସୋରେନ ଧୁମାଭଟା ଗ୍ରାମ ର ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିର ନିକଟରେ ନୁତନ ଗୋଷ୍ଠୀ କେନ୍ଦ୍ର ର ଭିତ୍ତପ୍ରସ୍ତର ସ୍ଥାପନା କରିଥିଲେ । ପରେ ଧୁମାଭଟା ବୀଣାପାଣି ମହାବିଦ୍ୟାଳୟ କୁ ଯାଇ ସେଠାରେ ହେଉଥିବା ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ତଦାରଖ କରି ଲୋକ ଙ୍କ ସୁବିଧା ଅସୁବିଧା ବୁଝିଥିଲେ । ଧୁମାଭଟା ଗ୍ରାପ ର ଜଲିଆ. ଡାହିମାଲ,ହଟଖଟ, ଖଲଖଲି,କଲଚୁକଚାର,ଅଂଏଲାପାଲି ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ର ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ ଓ ଜନସାଧାରଣ ଙ୍କ ସାଙ୍ଗ ରେ ମିଶି ବିଭିନ୍ନ ଅଭିଯୋଗ ଶୁଣିଥିଲେ । ମଣ୍ଡଳ ଗ୍ରାପ ରେ ପହଂଚି ରାଡବାହାଲ, ମଣ୍ଡଳ,ସର୍ଗିଗୁଡା, ଜାମଖାରୀ ,ମଣ୍ଡଳ କଲେଜ,ମଣ୍ଡଲ ସାଗର ପଡା କୁ ଯାଇ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ର ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ ।ବିଧାୟକ ମଣ୍ଡଳ ଗ୍ରାମ ର ସରସ୍ୱତୀ ଶିଶୁ ମନ୍ଦିର କୁ ପରିଦର୍ଶନ ରେ ଯାଇ କମ୍ପୁଟର କିଣିବାପାଇଁ ନିଜସ୍ୱ ଦରମାରୁ ୧୧ହଜାର ଟଙ୍କା ସାହାଯ୍ୟ କରିଥିଲେ । ସୋମବାର ଆମ ଗାଁ ଆମ ବିକାଶ କା୍ର୍ୟ୍ୟକ୍ରମ ଅବସର ରେ ଯୁବା ଗ୍ରାପ ର ଯୁବା ଜବନ୍ନାଥ ମନ୍ଦିିର ନିର୍ମାଣ ପାଇଁ ୨ ଲକ୍ଷ,ବିଲେଇମରା ପ୍ରହରୀ ମଣ୍ଡପ,ଭୁଲିଆବନ୍ଧ ପ୍ରହରୀ ମଣ୍ଡପ ,ଡଙ୍ଗର ତଲ ଗ୍ରାମ ର ଯୁବ ବିକାଶ କେନ୍ଦ୍ର,ପୋଖରୀ ନବୀକରଣ ,କୁରେନ ବାହାଲି ଶିବ ମନ୍ଦିର ର ନବିକରଣ , ତେତେଲ ମୁଣ୍ଡା ଗ୍ରାପ ବାଗୁଡାର ପ୍ରହରୀ ମଣ୍ଡପ ନିର୍ମାଣ,ମୁଣ୍ଡଦର୍ହ ରେ ପାଲା ମଣ୍ଡପ ନିର୍ମାଣ , ସାତଚୁଅାଁ ଗ୍ରାମ ରେ ଭାଗବତ ଗୃହ ନିର୍ମାଣ ,ବଡ ପୋଖରୀ ନବୀକରଣ , ଜଗନ୍ନାଥ ମନ୍ଦିର ନବିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ । ବିଧାୟକ ଙ୍କ ଗ୍ରାସ୍ତ ସମୟ ରେ ଅତିରିକ୍ତ ବିଡିଓ ମଙ୍ଗରାଜ ,ରାଜକୁମାର ପାଣିଗ୍ରାହୀ ,ଦୁର୍ଯ୍ୟୋଧନ କୁମ୍ଭାର,ଜୟ କିଶାନ ରଣା, ଯୁବା ସମିତି ସଭ୍ୟ ଲକ୍ଷ୍ମୀ ଧର ପୁଟା, ତେତେଲମୁଣ୍ଡା ସମିତି ସଭ୍ୟ ଶୁକୃ ସୁନାନୀ ,ବିଧାୟକ ପ୍ରତିନିଧି ଗଣେଶ କୁମ୍ଭାର ,ପ୍ରଦୀପ ମହେର,ବଳଦେବ ଠାକୁର ରଘୁନାଥ ପୁରୋହିତ,ଜଗନ୍ନାଥ ଖମାରୀ ,ସତ୍ୟ ପାଢୀ ପ୍ରମୁଖ ଉପସ୍ଥିତ ରହିଥିଲେ । ।