ଆଫଗାନିସ୍ତାନରୁ ଫେରିଥିବା ୧୦ ନାଗରିକ କୋଭିଡ୍ ପଜିଟିଭ୍ ଚିହ୍ନଟ
ଆଫଗାନିସ୍ତାନରୁ ଫେରିଥିବା ୧୦ ନାଗରିକ କୋଭିଡ୍ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ: ତାଲିବାନର ଆଫଗାନିସ୍ତାନ କବ୍ଜା ପରେ ସେଠାରୁ ବିଦେଶୀ ନାଗରିକଙ୍କ ପଳାୟନ ଜାରି ରହିଛି। ଇତିମଧ୍ୟରେ ସେଠାରୁ ଭାରତକୁ ଫେରିଥିବା ନାଗରିକଙ୍କ ମଧ୍ୟରୁ ୧୦ ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ସୋମବାର ଓ ମଙ୍ଗଳବାର ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୮୧ ଜଣ ଓହ୍ଲାଇବା ପରେ ସେମାନଙ୍କ ପରୀକ୍ଷା କରାଯାଇଥିବା ଆଇଟିବିପି ଯବାନର ଜଣେ ଅଧିକାରୀ କହିଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣ ସଂକ୍ରମିତ ଥିବା ଜଣାପଡ଼ିଥିଲା। ସମସ୍ତଙ୍କୁ କ୍ବାରାଣ୍ଟିନ୍ ସେଣ୍ଟର୍ରେ ରଖାଯାଇଛି। ଅନ୍ୟପକ୍ଷରେ ଆମେରିକା ପକ୍ଷରୁ ଉଦ୍ଧାର କରାଯାଉଥିବା ସମସ୍ତ ନାଗରିକଙ୍କ କୋଭିଡ୍ ଟେଷ୍ଟ କରାଯାଉଥିବା ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ତେଣୁ ସତର୍କତାକୁ ଦୃଷ୍ଟିରେ ରଖି ସମସ୍ତଙ୍କ କରୋନା ପରୀକ୍ଷା କରିବା ଜରୁରୀ ହୋଇ ପଡ଼ିଛି।




admin 