ଆପଣଙ୍କ ନୂଆବର୍ଷ କେମିତି କଟିବ ଜାଣି ନିଅନ୍ତୁ ...

ଆପଣଙ୍କ ନୂଆବର୍ଷ କେମିତି କଟିବ ଜାଣି ନିଅନ୍ତୁ ...

ଆପଣଙ୍କ ନୂଆବର୍ଷ କେମିତି କଟିବ ଜାଣି ନିଅନ୍ତୁ ...
ପୁରୁଣା ବର୍ଷକୁ ବିଦାୟ ଦେବା, ନୂଆବର୍ଷକୁ ସ୍ୱାଗତ କରିବା । ସମସ୍ତଙ୍କ ମନରେ ଆଶା ଆଶଙ୍କା କେମିତି କଟିବ ୨୦୨୦ ବର୍ଷଟି । ତେବେ ଅଉ ମାତ୍ର ୫ଦିନ ପରେ ଆସିବ ନୂଆ ବର୍ଷ । ଆସନ୍ତା ବର୍ଷଟି କାହା ପାଇଁ କେମିତି କଟିବ ଏ ବିଷୟରେ ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ମଧ୍ୟ ବଢିବାରେ ଲାଗିଛି। ବର୍ଷ ୨୦୨୦ କିଛି ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ ବୋଲି ଜ୍ୟୋତିଷ ଗଣନାରୁ ଜଣାପଡ଼ିଛି। ଖାସ୍ କରି ୫ଟି ରାଶି ପାଇଁ ଆସନ୍ତା ବର୍ଷ ଖୁବ୍ ମଙ୍ଗଳଦାୟକ ହେବ। ତେବେ ଆସନ୍ତୁ ଜାଣିବା କେଉଁ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଫଳଦାୟୀ ହେବ ବର୍ଷ ୨୦୨୦ – ମକର ରାଶି : ଆସନ୍ତା ବର୍ଷ ଆପଣଙ୍କ ପାଇଁ ଖୁବ୍ ଶୁଭ ଫଳଦାୟୀ ସାବ୍ୟସ୍ତ ହେବ। ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବ। ଶିକ୍ଷା ଓ ସନ୍ତାନ କ୍ଷେତ୍ରରେ ବର୍ଷ ୨୦୨୦ ଆପଣଙ୍କ ପାଇଁ ମଙ୍ଗଳଦାୟକ ହେବ। ଧନ ଲାଭ ମଧ୍ୟ ହେବ। କନ୍ୟା ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବର୍ଷ ୨୦୨୦ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଶୁଭ ଫଳ ଆଣିଦେବ। ଆସନ୍ତା ବର୍ଷ ଆପଣଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ ଓ ଟଙ୍କାର ଅଭାବ ହେବନାହିଁ। ପ୍ରେମ କ୍ଷେତ୍ରରେ ସୁଫଳ ମିଳିବ। ବୃଷ: ବର୍ଷ ୨୦୨୦ରେ ବୃହସ୍ପତି ଓ ଶନି ଆପଣଙ୍କ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବେ। ନୂତନ ବର୍ଷ ଆପଣଙ୍କ ପାଇଁ ଉଭୟ ପ୍ରେମ ଓ ଧନ ଧରି ଆସିବ। ସିଂହ: ଆପଣଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ବର୍ଷ ୨୦୨୦ରେ ଦୂର ହୋଇଯିବ। ଏହା ସହିତ କ୍ୟାରିୟର ଓ ପ୍ରେମ କ୍ଷେତ୍ରରେ ମଧ୍ୟ ଆସନ୍ତା ବର୍ଷ ବହୁ ଶୁଭ ଫଳ ଆଣିଦେବ। ଧନୁ: ଦୀର୍ଘ ଦିନ ଧରି ଚାଲିଥିବା ସମସ୍ୟାର ଅନ୍ତ ହେବ। କ୍ୟାରିୟରରେ ଉନ୍ନତି ହେବ ଓ ଭ୍ରମଣ ଯୋଗ ମଧ୍ୟ ରହିଛି। ପ୍ରେମ ସମ୍ପର୍କ ସୁଦୃଢ ହେବ।