ଆନ୍ଧ୍ର ସରକାରଙ୍କ ନିଷ୍ପତ୍ତି : ପିଲାକୁ ସ୍କୁଲ ପଠାଇଲେ ମା’କୁ ମିଳିବ ୧୫ ହଜାର ଟଙ୍କା

ଆନ୍ଧ୍ର ସରକାରଙ୍କ ନିଷ୍ପତ୍ତି : ପିଲାକୁ ସ୍କୁଲ ପଠାଇଲେ ମା’କୁ ମିଳିବ ୧୫ ହଜାର ଟଙ୍କା

ଆନ୍ଧ୍ର ସରକାରଙ୍କ ନିଷ୍ପତ୍ତି : ପିଲାକୁ ସ୍କୁଲ ପଠାଇଲେ ମା’କୁ ମିଳିବ ୧୫ ହଜାର ଟଙ୍କା
ଅମରାବତୀ : ପିଲାକୁ ସ୍କୁଲକୁ ପଠାଇଲେ ମାଆକୁ ଆନ୍ଧ୍ର ପ୍ରଦେଶ ସରକାର ବର୍ଷକୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବେ । ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଆନ୍ଧ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଉକ୍ତ ଯୋଜନାର ନାମ ଆମ୍ମା ଭୋଡି ରଖିଛନ୍ତି । କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଉକ୍ତ ଯୋଜନା କେବଳ ସ୍କୁଲ ପିଲାଙ୍କ ପାଇଁ ଘୋଷଣା କରିଥିଲେ । ତେବେ ଏବେ ଏଥିରେ ଇଣ୍ଟରମିଡିଏଟ ଶ୍ରେଣୀକୁ ସାମିଲ କରାଯାଇଛି । ଅର୍ଥାତ ସ୍କୁଲ କିମ୍ବା କଲେଜକୁ ପିଲାଙ୍କୁ ପଠାଇଲେ ଉପରୋକ୍ତ ସହାୟତା ରାଶି ମାଆକୁ ପ୍ରଦାନ କରାଯିବ । ଇଣ୍ଟରମିଡିଏଟ୍ ଶ୍ରେଣୀକୁ ଏହି ଯୋଜନାରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଜଗନ ରାଜ୍ୟବାସୀଙ୍କୁ ପିଲାଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତାହାକୁ ପୂରଣ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନେଇଛନ୍ତି ।